Latest Odisha News

BREAKING NEWS

ଫେଡେରାଲ ବ୍ୟାଙ୍କର ପାର୍ଟ ଟାଇମ ଚେୟାରମ୍ୟାନ ହେଲେ ଅଭୟ ପ୍ରସାଦ ହୋତା

ନୂଆଦିଲ୍ଲୀ:ଫେଡେରାଲ ବ୍ୟାଙ୍କର ପାର୍ଟ ଟାଇମ ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି ଅଭୟ ପ୍ରସାଦ ହୋତା । ତାଙ୍କ ନିଯୁକ୍ତିଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁମୋଦନ କରିଛନ୍ତି । ସେ ୨୦୨୩ ଜୁନ ୨୯ ତାରିଖରୁ ୨୦୨୬ ଜାନୁଆାରୀ ୧୪ ଯାଏ ଏହି ପଦବୀରେ ରହିବେ ।

ସେ ୨୦୧୮ ଜାନୁଆାରୀ ୧୫ରୁ ଫେଡେରାଲ ବ୍ୟାଙ୍କ ବୋର୍ଡ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ପଦବୀରେ ଥିଲେ । ଶ୍ରୀ ହୋତା ୧୯୮୨ରୁ ୨୦୦୯  ଦୀର୍ଘ ୨୭ ବର୍ଷ ଧରି  ଆରିବିଆଇରେ କାମ କରିଛନ୍ତି । ସେ ଆରିବିଆଇରେ ଥିବାବେଳେ  ବିଜୟା ବ୍ୟାଙ୍କ ଏବଂ ଆନ୍ଧ୍ର ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟରର ନୋମିନ ଭାବେ କାମ କରୁଥିଲେ । ଏହା ବ୍ୟତୀତ ସେ ନାଶନାଲ ପେମେଣ୍ଟ କର୍ପୋରେଶନ  ଅଫ ଇଣ୍ଡିଆ (ଏନପିସିଆଇ)ର ଆର୍କିଟେକ୍ଟ ଥିଲେ ଏବଂ ୨୦୦୯ରୁ ୨୦୧୭ ମଧ୍ୟରେ ମାନେଜିଂ ଡାଇରେକ୍ଟର ଏବଂ ଚିଫ ଏକ୍ଜିକ୍ୟୁଟିଭ ଅଫିସର ଥିଲେ ।

କଳାହାଣ୍ଡି ଜିଲ୍ଲାର ମୂଳ ବାସିନ୍ଦା ଅଭୟ ପ୍ରସାଦ ହୋତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ମାଷ୍ଟର ଡିଗ୍ରୀ କରିଥିଲେ ।  ସେ ୧୯୮୦ରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ଯୋଗ ଦେଇଥିଲେ । ୧୯୮୨ରେ ସେ ସେଣ୍ଟ୍ରାଲ ବ୍ୟାଙ୍କରେ ଯୋଗ ଦେଇଥିଲେ ।୧୯୯୯ରୁ ୨୦୦୨ ପର୍ଯ୍ୟନ୍ତ ଶ୍ରୀ ହୋତା ଆରବିଆଇ ଥିଲେ । ୨୦୧୭ରେ ସେ NPCLରୁ ଅବସର ଗ୍ରହଣ କରିଥିଲେ ।

Leave A Reply

Your email address will not be published.