Latest Odisha News

BREAKING NEWS

ଟ୍ୱିଟରକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା, ଦେବାକୁ ପଡ଼ିବ ୫୦ଲକ୍ଷ ଜରିମାନା

କର୍ଣ୍ଣାଟକ : ଟ୍ୱିଟରକୁ ହାଇକୋର୍ଟଙ୍କ ବଡ଼ ଝଟକା । ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ । ଏବେ ଟ୍ୱିଟରକୁ ଦେବାକୁ ୫୦ଲକ୍ଷ ଟଙ୍କା ଜରିମାନା । ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ଦାୟର କରିଥିଲା ଟ୍ୱିଟର । ଯେଉଁଥିରେ ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶକୁ ସଂସ୍ଥା ଚ୍ୟାଲେଞ୍ଜ କରିଥିଲା। ଆଜି ସେହି ମାମଲାକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।

ସୂଚନା ମୁତାବକ, କେନ୍ଦ୍ର ସରକାର ଗତ ୨୦୨୧ ଫେବୃୟାରୀ ଠାରୁ ୨୦୨୨ ମଧ୍ୟରେ କରାଯାଇଥିବା କିଛି ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଟ୍ୱିଟର ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲା । ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶକୁ ଟ୍ୱିଟର ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

୨୦୨୨ ଜୁଲାଇ ୨୬ ତାରିଖରେ ପ୍ରଥମେ ଜଷ୍ଟିସ କୃଷ୍ଣା ସିହ୍ନାଙ୍କ ସିଙ୍ଗିଲ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ତାପରେ ଚଳିତ ବର୍ଷ ଏପ୍ରିଲ ୨୧ ତାରିଖରେ ଏହି ମାମଲାର ଅନ୍ତିମ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କର୍ଣ୍ଣାଟକ ହାଇକୋର୍ଟ । ଶେଷରେ ଆଜି ଏହି ମାମଲାର ରାୟ ପ୍ରକାଶ କରି ସରକାରଙ୍କ ଆଦେଶକୁ ଅବମାନନା କରିବା ଅପରାଧରେ ଟ୍ୱିଟର ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।

Leave A Reply

Your email address will not be published.