Latest Odisha News

BREAKING NEWS

ନୂଆ ପ୍ରଜାତିର ବେଙ୍ଗ ଠାବ: ଯାହା ଦେଖିବାକୁ ପୁରା ହଳଦିଆ

ଛତିଶଗଡ଼: ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ଆମେ କିଛି ସମ୍ପର୍କରେ ଜାଣିଥିବା ବେଳେ ଆଉ ଅନେକ ଜୀବଜନ୍ତୁଙ୍କ ବିଷୟରେ ଜାଣି ନ ଥାଉ । ନିକଟରେ ଛତିଶଗଡ଼ରେ ନୂଆ ପ୍ରଜାତିର ବେଙ୍ଗ ଦେଖିବାକୁ ମିଳିଛି, ଯାହା ଦେଖିବାକୁ ପୁରା ହଳଦିଆ । ଏତେ ପରିମାଣର ଏହି ନୂଆ ପ୍ରଜାତିର ବେଙ୍ଗକୁ ବିଲରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ଛତିଶଗଡର ଦୁର୍ଗ ଜିଲ୍ଲାର ଶଙ୍କର ନାଗରରେ ମାଟି ତଳୁ ଏଭଳି ବେଙ୍ଗ ବାହାରୁଛନ୍ତି । ଏହି ବିରଳ ବେଙ୍ଗଗୁଡ଼ିକ ହଳଦିଆ ରଙ୍ଗର, ଯାହା ଦେଖିବାକୁ ଖୁବ୍ ସୁନ୍ଦର । ପ୍ରବଳ ବର୍ଷା ଯୋଗୁ ବେଙ୍ଗଗୁଡ଼ିକ ବିଲରୁ ବାହାରି ଆସିଛନ୍ତି । ବର୍ଷା ଦିନେ ବେଙ୍ଗ ବାହାରିବା ସାଧାରଣ କଥା । ହେଲେ ହଳଦିଆ ରଙ୍ଗର ଏତେ ପରିମାଣର ବେଙ୍ଗ ବାହାରିବା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ସ୍ଥାନୀୟ ଲୋକଙ୍କ କହିବା କଥା, ବର୍ଷା ଆରମ୍ଭରେ ହଳଦିଆ ବେଙ୍ଗ ଦେଖା ଯିବା ଅର୍ଥ ହେଉଛି, ଚଳିତି ବର୍ଷ ବର୍ଷା ଭଲ ହେବ । ହଳଦିଆ ବେଙ୍ଗ ଭଲ ବର୍ଷାର ସଙ୍କେତ ଅଟେ ।

ବାସ୍ତବରେ ଏହି ହଳଦିଆ ବେଙ୍ଗକୁ ଇଣ୍ଡିଆନ୍ ବୁଲ୍ ଫ୍ରଗ୍ କୁହାଯାଏ । ଯାହା ପୁରୁଷ ବେଙ୍ଗ । ସାଧାରଣତଃ ଏହି ପ୍ରଜାତିର ବେଙ୍ଗଗୁଡ଼ିକ ବିଲରେ ରହିଥାନ୍ତିା ଅଧିକ ମାତ୍ରାରେ ବର୍ଷା ହେଲେ ଏମାନେ ବିଲରୁ ବାହାରକୁ ବାହାରିଥାନ୍ତି । ପ୍ରଜନନ ପାଇଁ ମହିଳା ବେଙ୍ଗମାନଙ୍କୁ ଏମାନେ ଆକର୍ଷିତ କରିଥାନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବର୍ଷା ଋତୁରେ ବାହାରୁଥିବା ଏହି ପୁରୁଷ ବେଙ୍ଗଗୁଡ଼ିକ ହଳଦିଆ ରଙ୍ଗର ହୋଇଥାନ୍ତି । କିନ୍ତୁ ପ୍ରଜନନ ପରେ ସେମାନଙ୍କର ରଙ୍ଗ ମଧ୍ୟ ସାଧାରଣ ବେଙ୍ଗ ପରି ହୋଇଯାଏ । ଭାରତରେ ମିଳୁଥିବା ଏହି ପ୍ରଜାତିର ବେଙ୍ଗ ବିଷାକ୍ତ ନୁହେଁ ।

Leave A Reply

Your email address will not be published.