ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୁନୀତା ମିଶ୍ର ରାଜସ୍ଥାନର ଉଦୟପୁରସ୍ଥିତ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ପ୍ରଫେସର ମିଶ୍ର ଲକ୍ଷ୍ନୌସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଡିନ୍ ଥିବା ବେଳେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି।
ପୁରୀର ମୂଳ ବାସିନ୍ଦା, ପ୍ରଫେସର ମିଶ୍ର ବ୍ରହ୍ମପୁର ସରକାରୀ ମହିଳା ମହାବିଦ୍ୟାଳୟ ଓ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ୧୯୯୧ରୁ ୧୯୯୭ ମଧ୍ୟରେ ଓଡ଼ିଶାର କଟକ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଓ ପରେ ଲକ୍ଷ୍ନୌସ୍ଥିତ ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ।
୩୨ ବର୍ଷରୁ ଅଧିକ ସମୟ ଧରି ଶିକ୍ଷାଦାନର ଅଭିଜ୍ଞତା ରହିଥିବାରୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବେଶ୍ ଭଲ ରହିଛି। ପ୍ରାୟ ୧୫ ବର୍ଷ ଧରି ପ୍ରଫେସର ଓ ଡିନ୍ ଭାବେ କାର୍ଯ୍ୟ କରି ସେ ୨୩ଟି ପୁସ୍ତକ ରଚନା କରିଛନ୍ତି। ଖାଦ୍ୟ ପ୍ରଯୁକ୍ତି କ୍ଷେତ୍ରରେ ଦୁଇଟି ପେଟେଣ୍ଟ ଦେଇଛନ୍ତି।
୨୦୦୮ରେ ଆମେରିକାରେ ନୋବେଲ ବିଜେତାଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ସେ ୪୦୦ରୁ ଅଧିକ ପ୍ରତିଷ୍ଠିତ ଗବେଷଣାପତ୍ର ପ୍ରକାଶ କରିଥିଲେ। ସେ ଭାରତରେ ମିଳିତ ଜାତିସଙ୍ଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହିତ ଘନିଷ୍ଠ ଭାବେ ଜଡିତ ଥିଲେ।
ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ରୀ, ପ୍ରଫେସର ମିଶ୍ର ପୂର୍ବତନ ଆଇଏଏସ ସଚ୍ଚିଦାନନ୍ଦ ମିଶ୍ର ଓ ଶାନ୍ତିଲତା ମିଶ୍ରଙ୍କ ଝିଅ, ଏବଂ ଆଇପିଏସ୍ ସତ୍ୟ ନାରାୟଣ ସାବତଙ୍କ ପତ୍ନୀ।
Comments are closed.