ଭୁବନେଶ୍ୱର: ପୁଣି ଦେଶର ଦାୟିତ୍ୱରେ ଓଡ଼ିଆ ପୁଅ । ଓଡ଼ିଆ ସେନା ଅଫିସରଙ୍କୁ ମିଳିଲା ବଡ଼ ଦାୟିତ୍ୱ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ ଚିଫ୍ । ଭାରତୀୟ ସେନାର ୪୨ ତମ ଭାଇସ ଚିଫ୍ ହେବେ ଜଗସିଂହପୁରରେ ଜନ୍ମିତ ଚଣ୍ଡିପ୍ରସାଦ ମହାନ୍ତି ।
ଭାରତୀୟ ସେନାରେ ପ୍ରଥମ ଓଡ଼ିଆ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଏହି ପଦବୀକୁ ଉନ୍ନିତ ହୋଇଛନ୍ତି । ସେ ବର୍ତ୍ତମାନ ଭାରତୀୟ ସେନାର ନର୍ଦ୍ଦନ କମାଣ୍ଡର ଭାବେ କାମ କରୁଛନ୍ତି । ସେନା ଉପମୁଖ୍ୟ ଏସକେ ସାଇନିଙ୍କ ପଦବୀ ଗ୍ରହଣ କରିବେ ଏହି ଓଡ଼ିଆ ପୁଅ । ଜାନୁଆରୀ ୩୧ ତାରିଖରେ ଏସକେ ସାଇନିଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ତାଙ୍କ ସ୍ଥାନ ନେବେ ।
Comments are closed.