Latest Odisha News

BREAKING NEWS

କୋଲକତାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: କୋଲକାତାର ସାଇ ଖେଳ ପଡ଼ିଆରେ ଶନିବାର ଦିନ ଫୁଟବଲ୍ ଖେଳୁଥିବା ବେଳେ ଓଡ଼ିଶାର ୨୩ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତକ ଯୁବକ ଜଣକ ଭୁବନେଶ୍ୱର ବାସିନ୍ଦା ତଥା କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର (ଏନଏଲୟୁଓ) ଛାତ୍ର ରିତ୍ୱିକ ଦାସ ବୋଲି ଜଣା ପଡ଼ିଛି । ସେ ଆଇଆରଏସ ଅଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କ ସୁପୁତ୍ର ।

ମିଳିଥିବା ସୂଚାନୁଯାୟୀ, ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ସେ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ମାତ୍ର ଡ଼ାକ୍ତରଖାନାକୁ ଆଣିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସେଠାରେ ଡ଼ାକ୍ତର ଘୋଷଣା କରିଥିଲେ ।

ସେ ଆଜଥମା ରୋଗରେ ପୀଡ଼ିତ ହେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂତ୍ରରୁ ଅନୁମାନ କରାଯାଉଛି ।

Leave A Reply

Your email address will not be published.