Latest Odisha News

BREAKING NEWS

ପାରାଦ୍ୱୀପରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଯୁବକ ଗୁରୁତର ଆହତ

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପର ଲକ୍ ପଡ଼ାଠାରେ ପ୍ରକାଶ ମିଶ୍ର ନାମକ ଜଣେ ଯୁବକ ଦୁର୍ବୃତ୍ତଙ୍କ ଛୁରାମାଡ଼ର ଶିକାର ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ପ୍ରକାଶ ମିଶ୍ର ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଜଣକ ପେଟରେ ଛୁରୀ ଦ୍ୱାରା ପେଟରେ ଆଘାତ ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତେବେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ନିମନ୍ତେ ପ୍ରକାଶଙ୍କ୍ୁ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ପ୍ରକାଶଙ୍କ ପେଟ ସହିତ ହାତରେ ମଧ୍ୟ ଆଘାତ ଲାଗିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବା ସୂଚନା ମିଳିଛି ।

ଏନେଇ ପୋଲିସ ଆଖପାଖ ଅଞ୍ଚଳରେ ଛାନଭିନ୍ ଆରମ୍ଭ କରିଦେଇଛନ୍ତି ।

Leave A Reply

Your email address will not be published.