Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପ୍ରାପ୍ତ କଲେ ଓଡ଼ିଆ ପୁଅ ୟଶ ମିଶ୍ର

ଭୁବନେଶ୍ୱର/ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଓଡ଼ିଶାର ମାନ ବଢ଼ାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ଭୁବନେଶ୍ୱର ଅଞ୍ଚଳର ୟଶ ବୁଧବାର ଦିନ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରାପ୍ତ କରିଛନ୍ତି ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭି ସ୍କୁଲର ପୁରାତନ ଛାତ୍ର ୟଶଙ୍କୁ ବିଦ୍ୟାଳୟରେ ଉତ୍କୃଷ୍ଟ ଉପଲବ୍ଧି ନିମନ୍ତେ ବାଳ ଶକ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି ଅବସରରେ ତାଙ୍କୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଏକ ଟ୍ୟାବଲେଟ, ମେଡାଲ, ମାନପତ୍ର ପ୍ରଦାନ କରାଯାଇଛି ।

ୟଶ ବର୍ତ୍ତମାନ କୋଟା ସ୍ଥିତ ପଦ୍ମପତ ସ୍ନିଙ୍ଘାନିଆ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଏହା ପୂର୍ବରୁ ସେ ସିଙ୍ଗାପୁର ଏସିଆନ ମ୍ୟାଥମେଟିକାଲ ଆଲୋମ୍ପେଡ଼ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏହି ଅବସରରେ ସମୁଦାୟ ୨୨ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ସେଥିମଧ୍ୟରୁ ୧୦ ଜଣ ଝିଅ ଥିବା ବେଳେ ୧୨ ଜଣ ପୁଅ ଅଛନ୍ତି ।

Leave A Reply

Your email address will not be published.