Latest Odisha News

BREAKING NEWS

ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

ୟୁପି: ପୋଲିସର ଦାଦାଗିରି । ସାଧାରଣ ଜନତାଙ୍କ ଉପରେ ଖାକି ବର୍ଦ୍ଦିର ଥାର୍ଡ ଡିଗ୍ରୀ । ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ । ଏତିକିରେ ବି ସୁଝିଲାନି ରାଗ । ଶେଷରେ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ଜୋର ଜବରଦସ୍ତ ବନ୍ଦ କରିଦେଲା । ଏଭଳି କିଛି ଘଟଣା ଘଟିଛି ଉତରପ୍ରଦେଶର ଇଟାୱା ଜିଲ୍ଲାରେ । ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିୁଥିବା ମହିଳାଙ୍କୁ ୟୁପି ପୋଲିସ ଗୋଡାଇ ଗୋଡାଇ ପଟିଛି ।

ଏହି ଘଟଣାର ସମସ୍ତ ଭିଜୁଆଲ ମୋବାଇଲରେ କଏଦ ହୋଇଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  ଉତରପ୍ରଦେଶର ଇଟାୱା ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କିଛି ଲୋକେ ବିକ୍ଷୋଭ ପ୍ରଦଶର୍ନ କରୁଥିଲେ । ଏହି ସମୟରେ ପୋଲିସ ସାଧାରଣ ଜନତାଙ୍କ ଉପରେ ଲାଠି ଚାର୍ଜ କରିଥିଲା ।

କିଛି ଜାଣିବା ପୂର୍ବରୁ ମହିଳା ବିକ୍ଷୋଭକାରୀଙ୍କୁ ମାଡ ଉପରେ ମାଡ ମାରି ଚାଲିଥିଲା ପୋଲିସ । ସେମାନେ ଭୟରେ ଦୌଡି ଥିଲେ ମଧ୍ୟ ଗଳି କନ୍ଦିରେ ପସି ପୋଲିସ ତାଙ୍କୁ ମାଡ ମାରୁଥିଲା । ୧୭ ସେକେଣ୍ଡର ଏହି ଭିଜୁଆଲରେ ମହିଳାମାନେ ପ୍ରାଣ ବିକଳରେ ଚିତ୍କାର କରୁଛନ୍ତି ହେଲେ ପୋଲିସ କିଛି ବି ଶୁଣୁନଥିବା ଦେଖିବାକୁ ମିଳିଛି ।

ସେପଟେ ଏନେଇ ପୋଲିସ କହିଛି ଯେ, ମହିଳା ବିକ୍ଷୋଭକାରୀଙ୍କ ଉପରେ କେବଳ ମହିଳା ପୋଲିସ କର୍ମୀମାନେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସମୟରେ ୟୁପିରେ ଏହି ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଏଥିରେ ପ୍ରାୟ ୫ଶହରୁ ଅଧିକ ବିକ୍ଷୋଭକାରୀ ଯୋଗ ଦେଇ ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ ବିକ୍ଷୋଭକାରୀଙ୍କ ବଢ଼ୁଥିବା ଭିଡକୁ ଦେଖି ପୋଲିସ ଲାଠି ଚାର୍ଜ କରିଥିଲା ।
ନାଗରିକତା ସଂଶୋଧନ ଆଇନ ଆସିବା ପରଠାରୁ ଦେଶର ଅନେକ ସ୍ଥାନରେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ୟୁପିରେ ମଧ୍ୟ ଅନେକ ସହରରେ ସିଏଏକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି ।

Leave A Reply

Your email address will not be published.