ଭୁବନେଶ୍ୱର: କିଟ ଡିମଡ ୟୁନିଭରସିଟିର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ଖୋ ଖୋର ଉଭୟ ବାଳକ ଏବଂ ବାଳିକା ବିଭାଗରେ ଚାମ୍ପିୟନ ହୋଇଛି ମହାରାଷ୍ଟ୍ର । ଓଡିଶା ଉଭୟ ବିଭାଗରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ମହାରାଷ୍ଟ୍ର ବାଳକ ବିଭାଗ ଫାଇନାଲରେ ଦିଲ୍ଲୀକୁ ଏବଂ ବାଳିକା ବିଭାଗରେ କୋହ୍ଲାପୁରକୁ ପରାସ୍ତ କରିଥିଲା ।
ବାଳକ ବିଭାଗର ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ପଶ୍ଚିମବଙ୍ଗକୁ ଆୟୋଜକ ଓଡିଶା ଏବଂ ବାଳିକା ବିଭାଗରେ କର୍ଣ୍ଣାଟକକୁ ହରାଇଥିଲା । ପୂର୍ବରୁ ସେମିଫାଇନାଲ ମୁକାବିଲାରେ ଓଡିଶା ଉଭୟ ବାଳକ ଏବଂ ବାଳିକା ବିଭାଗ ସେମିଫାଇନାଲରେ ମହାରାଷ୍ଟ୍ର ନିକଟରୁ ପରାଜିତ ହୋଇ ଯାଇଥିଲା । ଓଭରାଲ ୧୫,୨୦,୦୦୦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଓଡିଶାର ପବନି ସବାର ବାଳକ ବିଭାଗରେ ଶ୍ରେଷ୍ଠ ଚେଜର ବିବେଚିତ ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀର ରିତ୍ୱିକ (ବାଳକ, ଶ୍ରେଷ୍ଠ ଡିଫେଣ୍ଡର), ଆଦିତ୍ୟ କୁଡାଲେ (ଶ୍ରେଷ୍ଠ ଖେଳାଳି, ବାଳକ), ଭୃଷାଳୀ ଭୋୟେ (ଶ୍ରେଷ୍ଠ ଚେଜର, ମହାରାଷ୍ଟ୍ର), ବୈଷ୍ଣବୀ ପାୱାର (ଶ୍ରେଷ୍ଠ ଡିଫେଣ୍ଡର, କୋହ୍ଲାପୁର) ଓ ମହାରାଷ୍ଟ୍ରର ଅଶ୍ୱୀନ ସିନ୍ଧେ ଶ୍ରେଷ୍ଠ ବାଳିକା ଖେଳାଳି ବିବେଚିତ ହୋଇଥିଲେ । ଫାଇନାଲ ମ୍ୟାଚରେ ନାଲକୋ ଚେୟାରମ୍ୟାନ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆର.ଭିନିଲ କ୍ରିଷ୍ଣା, ଗଗନେନ୍ଦୁ ଦାସ, ଏମଏସ ତ୍ୟାଗୀ ଉପସ୍ଥିତ ଥିଲେ । ୫୩ ଟିମର ୬୦୦ ଆଥଲେଟ ଏହି ମେଗା ଇଭେଂଟରେ ଯୋଗ ଦେଇଥିଲେ ।
BREAKING NEWS
- Sunetra Pawar Oath Ceremony: NDA ସରକାରରେ ଯୋଗ ଦେବେ କି ଶରଦ ପାୱାର?, ସୁନେତ୍ରାଙ୍କ ରାଜ୍ୟାଭିଷେକ ନେଇ ଦେଲେ ବଡ଼ ବୟାନ…
- ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଉଠିବ ମହାଦୀପ…
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
Comments are closed.