ଭୁବନେଶ୍ବର:ଆଜି ଚଳିତବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାସ୍ ହାର ୫୬.୨୩% ରହିଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।
ସୂଚନାଥାଉକି, ୩୪୫୭ ଜଣ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯୮୩ ଜଣ ପାସ ହୋଇଛନ୍ତି। ଏଥିସହ ଷ୍ଟେଟ୍ ଓପନଡ଼୍ ସ୍କୁଲ୍ ସାର୍ଟିଫିକେଟ୍ରେ ୫୯୭୩ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ପାସ୍ ହାର ୫୫.୨୬ ରହିଛି ।
ତେବେ ଛାତ୍ରଛାତ୍ରୀମାନେ ମୋବାଇଲ ମାଧ୍ୟମରେ sms କରି ରେଜଲ୍ଟ ଜାଣି ପାରିବେ । ଆସନ୍ତା ସୋମବାର ଦିନ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ ନେଟରୁ ଡାଉନ ଲୋଡ କରିପାରିବେ ଓ ମାସକ ପରେ ବିଦ୍ୟାଳୟରୁ ସାର୍ଟିଫିକେଟର ହାର୍ଡ କପି ଛାତ୍ରଛାତ୍ରୀ ମାନେ ସଂଗ୍ରହ କରିପାରିବେ ।
Comments are closed.