Latest Odisha News

ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଅନ୍ ଲାଇନ୍ ଲିକ୍, ସାଇବର ଥାନାରେ ଏତଲା ଦେଲା ବୋର୍ଡ

କଟକ: ନିକଟରେ ଅନଲାଇନରେ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଘଟଣାକୁ ଅନୁଧ୍ୟାନ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋର୍ଡ ପକ୍ଷରୁ ଶନିବାର କଟକ ସାଇବର ଥାନାରେ ଅଭିଯୋଗ କରାଯାଇଛି।

ସେହିପରି ଚଳିତ ଦଶମ ଓ ମଧ୍ୟମା ଷାଣ୍ମାସିକ ପରୀକ୍ଷାକୁ ସତର୍କତାର ସହ ପରିଚାଳନା କରିବା ପାଇଁ ବିଏସ୍ଇ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅକ୍ଟୋବର 4 ତାରିଖରୁ ପରୀକ୍ଷା ଆରମ୍ଭ ହେଉଛି।

ଉତ୍ତର ଖାତାର ପରୀକ୍ଷା ଓ ମୂଲ୍ୟାୟନ ସତର୍କତାର ସହ କରିବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି ଏବଂ ପ୍ରକାଶ ପାଇବା ଯାଏଁ ମାର୍କ ସମ୍ପର୍କରେ ଅତ୍ୟନ୍ତ ଗୋପନୀୟତା ଅବଲମ୍ବନ କରିବାକୁ କୁହାଯାଇଛି।

ଅନ୍ୟପଟେ ଯେଉଁ ୟ୍ଯୁଟ୍ୟୁବରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା ସଂପୃକ୍ତ ପ୍ଲାଟଫର୍ମରୁ ସେହି ଭିଡିଓ ଡିଲିଟ୍ ହୋଇଯାଇଥିବା ଜଣାପଡିଛି।

Leave A Reply

Your email address will not be published.