Latest Odisha News

ଶାଶୁଘରେ ପରିଣୀତିଙ୍କର ହେଲା ଗ୍ରାଣ୍ଡ୍ ୱେଲ୍‌କମ୍‌, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିବା ପରେ ବି ଚର୍ଚ୍ଚାରେ ଅଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ସେମିତି ବିବାହ ପରେ ପରିଣୀତିଙ୍କର ଶାଶୁଘରେ ଗ୍ରାଣ୍ଡ ୱେଲ୍‌କମ୍‌ର ଭିଡ଼ିଓ ଭାଇରାଲ ହୋଇଛି, ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ଶୁକ୍ରବାର ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତୁଛି । ଏହି ଭିଡିଓରେ ନୂଆଦିଲ୍ଲୀର ରାଜନେତା ରାଘବ ଚଢାଙ୍କ ଘରେ ପରିଣୀତିଙ୍କ ସ୍ୱାଗତ କରିବାର ଝଲକ ଦେଖିବାକୁ ମିଳିଛି । ଚଢା ପରିବାର ନୂଆ ବୋହୂଙ୍କୁ ବାଜା ବଜାଇ ଓ ବାଣ ଫୁଟାଇ ସ୍ୱାଗତ କରିଥିଲେ ।

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ଘରର ବୋହୂ ହେଉଛି ଆଲୋକ, ଯାହା ଏକ ମାଆ ଜୀବନରେ ସୁଖ ଆଣିଥାଏ । ବୋହୂକୁ ଏତେ ସୁନ୍ଦର ଭାବରେ ସ୍ୱାଗତ କରିଥିବା କେବେ ଦେଖି ନାହିଁ । ଚଢା ପରିବାର ଏହି ଦମ୍ପତିଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଢୋଲ ଏବଂ ସାଜସଜ୍ଜା ଯୋଜନା କରିଥିଲେ । ଏହା ପରେ କିଛି ମିଠା ଏବଂ ମଜାଳିଆ ଖେଳ ଖେଳାଯାଇଥିଲା । ସେ ମୋତେ ରାଣୀ ପରି ଅନୁଭବ ଦେଲେ ।

Leave A Reply

Your email address will not be published.