ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ବସ୍ ମାଲିକମାନେ ଅକ୍ଟୋବର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଥିବାରୁ ଓଡ଼ିଶାକୁ ଘୋର ଯାତାୟତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଲକ୍ଷ୍ମୀ ଯୋଜନାରେ ଶସ୍ତା ପରିବହନ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ବିରୋଧ କରୁଛି ସଂଘ।
ଆଜି ଅଲ ଓଡ଼ିଶା ବସ ମାଲିକ ସଂଘ ସାଧାରଣ ବୈଠକ ବସିଥିଲା। ଯେଉଁଥିରେ ବସ ସଂଘ ବନ୍ଦ ଡକରା ନେଇ ନିଷ୍ପତ୍ତି ହେଇଛି। ଏହା ପୂର୍ବରୁ ଗତ ୨୭ ତାରିଖ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ ସଂଘ। ସରକାର ସେମାନଙ୍କ ଦାବି ମାନିବାକୁ ମନା କରିବା ସହ ଆଲୋଚନା ପାଇଁ ଡକାଇ ନାହାନ୍ତି ବୋଲି ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଏହି ଧର୍ମଘଟ ଯୋଗୁଁ ବିଭିନ୍ନ ବର୍ଗର ଲୋକେ ପ୍ରଭାବିତ ହେବ।
ପୂର୍ବରୁ ଲକ୍ଷ୍ମୀ ଯୋଜନାକୁ ବସ୍ ମାଲିକମାନେ ବିରୋଧ କରିବା ସହ ଏହା ସେମାନଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇବ ବୋଲି ଯୁକ୍ତି ବାଢିଥିଲେ। ଗ୍ରାମପଞ୍ଚାୟତ ସ୍ତରରୁ ରାଜଧାନୀ ଯାଏଁ ଲୋକଙ୍କୁ ଶସ୍ତାରେ ପରିବହନ ସୁବିଧା ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।
ଏହି ଧର୍ମଘଟ ଫଳରେ ବିଶେଷ କରି ଛାତ୍ରଛାତ୍ରୀ ଓ ଅଫିସ୍ ଯିବା ଆସିବା କରୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ବସ୍ ମାଲିକମାନେ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରି ଆଲୋଚନା ଟେବୁଲକୁ ଆସିବାକୁ ସରକାର ନିବେଦନ କରିଛନ୍ତି।
Comments are closed.