Latest Odisha News

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନରେ କେତେ ଜଣ କରୋନା ଆକ୍ରାନ୍ତ ଦେଇଛନ୍ତି ଭୋଟ? ଜାଣନ୍ତୁ

ଭୁବନେଶ୍ୱର:ବାଲେଶ୍ୱର ଓ ତିର୍ତ୍ତୋଲରେ ସୁରୁଖୁରୁରେ ସରିଛି ଉପ-ନିର୍ବାଚନ । ଉପନିର୍ବାଚନ ଶେଷ ହେବା ପରେ ଏବେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରହିଛି ଇଭିଏମ । ଏହା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତିର୍ତ୍ତୋଲରେ ୨୩ ଜଣ କୋଭିଡ୍ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି । ସେହିପରି ବାଲେଶ୍ୱରରେ ୨୮ ଜଣ କୋଭିଡ ଆକ୍ରାନ୍ତ ଶେଷରେ ଭୋଟ ଦେଇଛନ୍ତି । ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ଓ ବାଲେଶ୍ୱରରେ ୭୦.୬୯ ପ୍ରତିଶତ ଭୋଟିଂ ହୋଇଥିବା ସୁଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନୀ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ସମୟ ହୋଇଥିଲେ ବି ଗତ ନିର୍ବାଚନ ଭଳି ଏଥର ମଧ୍ୟ ଭଲ ଭୋଟ ଗ୍ରହଣ ହୋଇଛି । ଏଥିପାଇଁ ସେ ଆଶା କର୍ମୀଙ୍କ ସହ ନିର୍ବାଚନରେ ସାମିଲ ଥିବା ସମସ୍ତ କର୍ମଚାରୀ ଓ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି ।

ବିଶେଷ କରି ସ୍ୱାସ୍ଥ୍ୟ ବିଭାଗକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ବାଲେଶ୍ୱର ଟାଉନରେ ୧୨୪ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି । ବ୍ରିଜ ନିର୍ମାଣ ପ୍ରସଙ୍ଗରେ ଭୋଟ ବର୍ଜନ କରିଛନ୍ତି ଭୋଟର । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୁଶୀଲ କୁମାର ଲୋହାନୀ।

Leave A Reply

Your email address will not be published.