ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ତ୍ରିତୋଲରେ ଚାଲିଛି ଉପନିର୍ବାନ । ତେବେ ନିଜର ମତଦାନ ସାବ୍ୟସ୍ତ କରିବାକୁ ବୁଥକୁ ଆସୁଥୁବାବେଳେ ଜଣେ ବୃଦ୍ଧା ମହିଳା ତଳେ ପଡ଼ିଯାଇଥିଲେ ଏବଂ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ମୃତ ମହିଳା ଜଣଙ୍କ ହେଉଛନ୍ତି ନାଗରୀ ସେଠୀ ସେ ସ୍ଥାନୀୟ ରେଢୁଆ ଅଞ୍ଚଳର ବୋଲି ଜଣାପଡିଛି। ସେ ରଘୁନାଥପୁର ବ୍ଲକର ରେଢୁଆରେ ମତଦାନ କେନ୍ଦ୍ରକୁ ଯାଉଥିବାବେଳେ ତଳେ ପଡ଼ିଯାଇଥିଲେ। ତାଙ୍କୁ ପରିବାର ସଦସ୍ୟଙ୍କ ସ୍ଥାନୀୟ ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅପରାହ୍ନ ୩ ଟା ସୁଦ୍ଧା ୫୫.୨୩ ପ୍ରତିଶତ ମତଦାନ ହୋଇଛି।ଅନ୍ୟପଟେ ବାଲେଶ୍ଵର ଉପନିର୍ବାଚନରେ ଅପରାହ୍ନ ୩ ଟା ସୁଦ୍ଧା ୫୮.୪୫ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଉଛି ।
ଖବର ଅନୁଯାୟୀ, ପାରଳାଖେମୁଣ୍ଡି ନନ୍ଦାକା ଗାଁର ୧୨୬ ଜଣ ଲୋକ ଦୀର୍ଘଦିନ ଧରି ଦାବି କରି ଆସୁଥିବା ବ୍ରିଜ୍ ଏବଂ ରାସ୍ତା ହୋଇନଥିବା ଯୋଗୁଁ ଭୋଟ୍ ଦେଇ ନାହାନ୍ତି।
Comments are closed.