Latest Odisha News

ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପରେ ବାଜିଲା ମୋହର

ଭୁବନେଶ୍ବର: ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଉପରେ ବାଜିଲା କ୍ୟାବିନେଟ ମୋହର । ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ  କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଗ୍ନିବୀରଙ୍କ ସଂରକ୍ଷଣ ନେଇ ଘୋଷଣା କରିଥିଲେ ଯାହାକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ଯେଉଁଥିରେ ଅଗ୍ନିବୀରମାନଙ୍କୁ ତାଙ୍କ କାର୍ଯ୍ୟକାଳ ଶେଷ ପରେ ବି ଚାକିରି ମିଳିବ । ତେବେ ଏବେ ଦେଶରେ ଅଗ୍ନିବୀରମାନଙ୍କୁ ୧ ବର୍ଷ ଟ୍ରେନିଂ ଦେଇ ତାପରେ ସେନାରେ ୪ ବର୍ଷ ଚାକିରି ମିଳିଥାଏ । ୪ ବର୍ଷ ପରେ ସେମାନଙ୍କ ମଧ୍ୟରୁ କିଛିଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଆଉ କିଛିଙ୍କୁ ପୁଣି ନିରାଶ ହେବାକୁ ପଡେ । ହେଲେ ଓଡିଶା ସରକାର ସେହି ଅଗ୍ନିବୀର ପାଇଁ ରାଜ୍ୟ ପ୍ରଶାସନ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ୟୁନିଫର୍ମ ସର୍ଭିସ ତଥା ପୋଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ବ୍ୟବସ୍ଥା କରି ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରିଛନ୍ତି ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୩ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ବନ୍ଦର, ଅଗ୍ନିବୀର ଓ ଝିଅଙ୍କୁ ବାପାଙ୍କ ଚାକିରିରେ ଥଇଥାନ ଭଳି ତିନୋଟି ପ୍ରସ୍ତାବରେ ମୋହର ବାଜିଛି ।

Comments are closed.