Latest Odisha News

BREAKING NEWS

୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକରେ ମୋଟ ୬ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି। ଏହିପରି ମୋଟ ୭ଟି ପ୍ରସ୍ତାବ ଆଗତ ପୂର୍ବକ ସମସ୍ତ ପ୍ରସ୍ତାବ କ୍ୟାବିନେଟ ବୈଠକରେ ପାରିତ ହୋଇଛି।

ତେବେ ଯୋଜନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ବିକଶିତ କରାଯିବ। ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଁଏ ରହିବ। ଏଥିରେ ୧୪ଟି ବଡ଼ ମଣ୍ଡି, ୧୭ଟି ମଧ୍ୟମ ଏବଂ ୭ଟି ଛୋଟ ମଣ୍ଡି ସୁବିଧା ରହିବ। ସେ କହିଛନ୍ତି ଯେ ବ୍ୟାପକ କ୍ଷେତ୍ର କାର୍ଯ୍ୟ ପରେ ସ୍ଥାନଗୁଡ଼ିକୁ ଚୂଡ଼ାନ୍ତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬୨ଟି ମଣ୍ଡିକୁ ମଡେଲ ମଣ୍ଡି ମାନ୍ୟତାକୁ ଉନ୍ନୀତ କରାଯିବ। ଏହି ମଣ୍ଡିଗୁଡ଼ିକ ୨୦୨୫-୨୬ ଏବଂ ୨୦୨୬-୨୭ ମଧ୍ୟରେ ସମାପ୍ତ ହେବାର ଲକ୍ଷ୍ୟ ରଖାଯାଇଛି।

ଅପରପକ୍ଷରେ ଆଉ ୮ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ। ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍‌ ରୁଲ୍‌ ୨୦୨୫କୁ ମଧ୍ୟ ମଞ୍ଜୁରୀ ମିଳିଛି। ୧୧୦ଟି ସହରାଞ୍ଚଳରେ LED ସାର୍ବଜନୀନ ଷ୍ଟ୍ରିଟ୍‌ ଲାଇଟକୁ ମଞ୍ଜୁରୀ। ଏହି LED ସାର୍ବଜନୀନ ଷ୍ଟ୍ରିଟ୍‌ ଲାଇଟ ପାଇଁ ବ୍ୟୟ ହେବ ୩୫୦.୦୪ କୋଟି ଟଙ୍କା।

 

Comments are closed.