Latest Odisha News

ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଭୁବନେଶ୍ବର: ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର । ବନ୍ଦରର ୯୫% ଅଂଶଧନ ହାସଲ କଲା ଆଦାନୀ ଗ୍ରୁପ । ଆଉ ବାକି ୫% ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିଲା । ଆଜି ରାଜ୍ୟ କ୍ୟାବିନେଟରେ ଏହି ୯୫%:୫% ଅଂଶଧନ ଚୁକ୍ତିନାମାକୁ ମଞ୍ଜୁରୀ ମିଳିଛି ।

ତେବେ ଗୋପାଳପୁର  ପୋର୍ଟସ ଲିମିଟେଡ ତାହାର ୯୫ % ସେୟାର ଆଦାନୀ ପୋର୍ଟ ଏବଂ ସ୍ପେଶାଲ ଇକୋନୋମିକ ଜୋନ ଲିମିଟେଡ(APSEZ) କୁ ଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡିଥିଲା । ଯାହା ପୂର୍ବରୁ ସାପୋର୍ଜି ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ ଲିମିଟେଡ ପାଖରେ ୫୬% ପ୍ରତିଶତ ଥିବା ବେଳେ ଓଡିଶା ଷ୍ଟିଭେଡର୍ସ ଲିମିଟେଡ ପାଖରେ ୩୯% ରହିଥିଲା ।

ରାଜସ୍ବ ବୃଦ୍ଧି ଓ ଗୋପାଳପୁର ବନ୍ଦରର ବିକାଶକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବ ଉପରେ ମୋହର ମାରିଛି । ଏବେ ଜିପିଏଲର ୯୫ ପ୍ରତିଶତ ଆଦାନୀ ପୋର୍ଟ କୁ ଦେଇଥିବା ବେଳେ ଆଉ ୫ ପ୍ରତିଶତ ଓଡିଶା ଷ୍ଟିଭେଡର୍ସ ଲିମିଟେଡ ପାଖରେ ରହିଛି । ଯାହାକୁ ନେଇ ଆଗାମୀ ୬୦ ଦିନ ଭିତରେ ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର କରିବେ ସରକାର ।

ତେବେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବସିଥିଲା । ଯେଉଁଥିରେ ୩ ଗୁରୁତ୍ବପୁର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗୋପାଳପୁର ବନ୍ଦରର ୯୫ % ଆଦାନୀ ଗ୍ରୁପକୁ, ଓଡିଶା ପ୍ରଶାସନ ସେବାରେ ଅଗ୍ନିବୀରଙ୍କ ପାଇଁ ୧୦ % ସଂରକ୍ଷଣ ଏବଂ ବାପା/ମାଙ୍କ ଅନ୍ତେ ଝିଅକୁ ଚାକିରି ଭଳି ପ୍ରସ୍ତାବ ଉପରେ ମୋହର ବାଜିଛି ।

 

Comments are closed.