Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମାପ୍ତ ହେଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ଅନେକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ପଞ୍ଚାୟତିରାଜ ବିଭାଗର ବସୁଧା ଯୋଜନାକୁ ମଞ୍ଜୁରୀ ମିଳିଛି । ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସର୍ବାଧିକ ୫ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲଗାଇଛନ୍ତି ।

ସେହିପରି ଗୋବର୍ଦ୍ଧନ ପୀଠକୁ ଶ୍ରୀମନ୍ଦିର ପ୍ରଶାସନର ଜମି ହସ୍ତାନ୍ତର ନିମନ୍ତେ ଆବଶ୍ୟକ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯାଇଛି । ଏହା ବ୍ୟତୀତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ମଞ୍ଜୁରୀ ମଧ୍ୟରେ ଟାଟାର ଏକ ପ୍ରକଳ୍ପକୁ ସରକାରୀ ଜମି ଆବଣ୍ଟନ ଏବଂ ଢେଙ୍କାନାଳରେ ଏକ ସରକାରୀ ଜମିକୁ ମଧ୍ୟ ହସ୍ତାନ୍ତର ପାଇଁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହିପରି ଓଡ଼ିଶାରେ ରେଳଲାଇନକୁ ଅଧିକ ବିକଶିତ କରିବା ଲାଗି ରେଳବାଇ ଜମି ଅଧିଗ୍ରହଣକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.