Latest Odisha News

କୋରାପୁଟରେ ବୋଲବମ୍ ଭକ୍ତଙ୍କୁ ପିଟିଲା ଗାଡି, ୪ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର-ବୈପାରୀଗୁଡା ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଏକ ଏସୟୁଭି ଗାଡି ବୋଲବମ୍ ଭକ୍ତଙ୍କୁ ଧକ୍କା ଦେବା ଫଳରେ ପ୍ରାୟ ୪ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ଶ୍ରଦ୍ଧାଳୁମାନେ ପତ୍ରପୁଟ୍ ଅଞ୍ଚଳରୁ ଜଳଆଣି ମହାଦେବଙ୍କ ଜଳାଭିଷେକ କରିବା ଲାଗି ଗୁପ୍ତେଶ୍ୱର ମନ୍ଦିର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଆହତ ହୋଇଥିବା କିଛି ଭକ୍ତଙ୍କ ଗୋଡ ଫ୍ୟାକ୍ଟଚର୍ ହୋଇଯାଇଥିବା ନେଇ ସୂଚନା ମିଳିଛି ।

ପରବର୍ତ୍ତୀ ସମୟରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଜୟପୁର ସବ-ଡିଭିଜନାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତର ମାନଙ୍କୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଦୁର୍ଘଟଣା ପରେ ଡ୍ରାଇଭର୍ ଗାଡି ଛାଡି ଫେରାର ହୋଇଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.