Latest Odisha News

ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପ୍ରାପ୍ତ ହେଲା ନୂଆ କୃଷିନୀତି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ କୃଷିନୀତି (ସମୃଦ୍ଧି) ୨୦୧୯ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

ରାଜ୍ୟ ଲୋକସେବା ଭବନରେ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଗଣମାଧ୍ୟମକୁ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ରାଜ୍ୟର କୃଷି ଉତ୍ପାଦନ, ଚାଷୀ ଆତ୍ମନିର୍ଭରଶୀଳତା ତଥା କୃଷିର ଅଭିବୃଦ୍ଧି ଲାଗି ୧୯୯୬ ମସିହାରେ କୃଷିନୀତି କାର୍ଯ୍ୟକାରୀ କରିଥିଲେ ।

ଏହି କୃଷିନୀତି ୨୦୦୮ ଏବଂ ୨୦୧୩ରେ ସଂଶୋଧିତ ହୋଇଥିଲା ।

ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି, ରାଜ୍ୟ ସରକାର ଏହି କ୍ୟାବିନେଟ ବୈଠକରେ ଓଡ଼ିଶା କୃଷିନୀତି ମଞ୍ଜୁର ପ୍ରାପ୍ତ ହୋଇଛି । ରାଜ୍ୟ ଚାଷୀମାନଙ୍କ ଉପାର୍ଜନ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏଥିରେ ତିନୋଟି ସୋପାନରେ କାର୍ଯ୍ୟକାରୀ ହେବ । ଏହି ନୀତି ଅନୁଯାୟୀ
ଓଡ଼ିଶାର କୃଷକମାନଙ୍କ ବଜାର ଓ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯିବ ।

ନୂଆ କୃଷିନୀତିର ବୈଶିଷ୍ଟ୍ୟ:

କ୍ରମାଗତଭାବେ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ ଦୃଷ୍ଟି
ନାମମାତ୍ର ଏବଂ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧିକୁ ମଧ୍ୟ ଦୃଷ୍ଟି ଦିଆଯିବ
କୃଷିର ସ୍ଥାୟୀ ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଛି

ଗଣମାଧ୍ୟମକୁ ସୂଚନାଦେଇ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି, ନୂତନ କୃଷି ନୀତି ଅନୁଯାୟୀ ରାଜ୍ୟର କୃଷକମାନେ ଉପକୃତ ହେବା ସହିତ କୃଷିର ଅଭିବୃଦ୍ଧି ଘଟିବ । କୃଷିନୀତି ଅନୁସାରେ ବିହନ, ଚାଷଜମି, ଜଳସେଚନକୁ ଗୁରୁତ୍ୱ ଦିଆଯିବା ସହିତ ଅମଳ ସମୟରେ ଚାଷୀମାନେ ଉପକୃତ ହୋଇପାରିବେ । ଧାନଚାଷ ସମେତ କୁକ୍କୁଟ ଚାଷ, ପରିବା ଚାଷ ଏବଂ ଗୋଧନ ପଶୁପାଳନକୁ ଏହି କୃଷିନୀତିରେ ଅଗ୍ରାଧିକାର ଦିଆଯାଇଛି ।

Leave A Reply

Your email address will not be published.