Latest Odisha News

ଓଡିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ ୨୦୦ କୋଟି

ଭୁବନେଶ୍ବର: ଆଜି ବସିଥିଲା ରାଜ୍ୟର ଦ୍ବିତୀୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାରି ଭିତରେ ମୋଟ ୫ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର । ଓଡିଆ ଅସ୍ମତା, ଶିକ୍ଷକ ନିଯୁକ୍ତି, ପିଏମ୍ କିଶାନରେ ୬ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ, ସର୍ବନିମ୍ନ ମଜୁରୀ ରାଶି ବୃଦ୍ଧି ଇତ୍ୟାଦି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଏହି କ୍ରମରେ ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ପାଣ୍ଠିକୁ ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଓଡିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ । ଏହା ସହିତ ଓଡ଼ିଆ ଅନୁବାଦ ଏକାଡେମୀ ମଧ୍ୟ ପ୍ରତିଷ୍ଠା ହେବ । ପୁରୁଣା ତାଳପତ୍ର ପୋଥି  ପାଇଁ ସଂଗ୍ରହାଳୟ ନିର୍ମାଣ କରାଯିବ । ବିଭିନ୍ନ ୟୁନିଭର୍ସିଟିରେ ଓଡ଼ିଆ ଚେୟାର ମଧ୍ୟ ପ୍ରତିଷ୍ଠା କରାଯିବ । ଏହା ସହିତ ପ୍ରସିଦ୍ଧ କଟକ ବାଲିଯାତ୍ରାକୁ କିପରି ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରାଯିବ ସେନେଇ ପ୍ରଚେଷ୍ଟା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.