Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ସୋମବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରାୟ ୫ଟି ବିଲ୍ ଉପରେ କ୍ୟାବିନେଟ ମୋହର ବାଜିଛି । ଏଥିମଧ୍ୟରେ ପଛୁଆ ବର୍ଗର ସାମାଜିକ-ଆର୍ଥୀକ ବିକାଶ ସମ୍ବନ୍ଧୀୟ ଏକ ପ୍ରସ୍ତାବ ମଧ୍ୟ ରହିଛି ।

ଏହି ବୈଠକଟି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ସାମାନ୍ୟ ପ୍ରଶାସନ ଓ ଜନ ଅଭିଯୋଗ, କାର୍ଯ୍ୟ, ଉଚ୍ଚ ଶିକ୍ଷା, ଏସସି ଓ ଏସଟି ବିକାଶ ବିଭାଗର କିଛି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିବା ନେଇ ଅଧିକାରୀକ ସୁତ୍ରରୁ ପ୍ରକାଶ ।

ତେବେ ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଜାରି ରହିଥିବା ଯୋଗୁଁ ଏନେଇ କୌଣସି ବିଜ୍ଞପ୍ତି ଦିଆଯିବ ନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.