Latest Odisha News

BREAKING NEWS

ଡବଲ୍ ମର୍ଡର ଘଟଣାରେ ସିନ୍ ରିକ୍ରିଏଟ୍ କଲା ପୋଲିସ

ଝାରସୁଗୁଡା: ଏକ ଡବଲ୍ ମର୍ଡର ମାମଲାରେ ଛତିଶଗଡ ପୋଲିସର ଏକ ଟିମ୍ ବିଜେଡି ନେତା ତଥା ପୂର୍ବତନ ବିଧାୟକଙ୍କୁ ଗିରଫ କରିବା ପରେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ଲାଗି ଛାନଭିନ୍ନ ଆରମ୍ଭ କରିଛି ।

ଛତିଶଗଡର ରାୟଗଡା ଜିଲ୍ଲାସ୍ଥିତ ସବାରୀ ପ୍ଲାଣ୍ଟ ନିକଟରେ ଏହି ଡବଲ୍ ମର୍ଡର ହୋଇଥିଲା । ପୂର୍ବରୁ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଏହି ଭୟାବହ ହତ୍ୟାକାଣ୍ଡ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ପରବର୍ତ୍ତୀ ସମୟରେ ରାୟଗଡା ପୋଲିସ ତାଙ୍କୁ ରବିବାର ଦିନ ହମିରପୁର ଜଙ୍ଗଲକୁ ନେବା ସହ ଅପରାଧର ସମସ୍ତ ସିନ୍ ପୁନଶ୍ଚ ରିକ୍ରିଏଟ୍ କରିଥିଲା । ଯାହାପରେ ହତ୍ୟାକାଣ୍ଡ କିଭଳି ହୋଇଥିଲା, ସେନେଇ ଏକ ଡେମୋ ଦେଖାଇଥିଲା ବର୍ଦ୍ଧନ ।

ପୋଲିସର ସୂଚନାନୁଯାୟୀ ଉକ୍ତ ହତ୍ୟାକାଣ୍ଡରେ ବୋଲେରୋ ବ୍ୟତିତ ଅନ୍ୟଏକ ଗାଡି ମଧ୍ୟ ବ୍ୟବହାର ହୋଇଥିଲା । କଳ୍ପନା ଦାସ (୩୨) ଓ ତାଙ୍କର ୧୪ ବର୍ଷୀୟ ଝିଅକୁ ଲାହାଛଡରେ ପିଟିପିଟି ହତ୍ୟା କରାଯିବା ପରେ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଯାଇ ଉଭୟଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିଲା ।

ଏହାବ୍ୟତିତତ ଉକ୍ତ ଡବଲ୍ ମର୍ଡର ଘଟଣାରେ ଆହୁରି ଅନେକ ବ୍ୟକ୍ତି ସାମିଲ ରହିଥିବା ନେଇ ଡ୍ରାଇଭର ଜଣକ ପ୍ରକାଶ କରିଛନ୍ତି ବୋଲି ରାୟଗଡା ଏସପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି । ତାଙ୍କ ତଥ୍ୟକୁ ଆଧାର କରି ପୋଲିସ ଅନ୍ୟମାନଙ୍କୁ ଧରିବା ଲାଗି ଖୋଳତାଡ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତ ୨୦୧ ମସିହାରେ ହୋଇଥିବା ଏହି ଡବଲ୍ ମର୍ଡର ଘଟଣାର ଅଭିଯୁକ୍ତ ଶ୍ରୀ ସାଏଙ୍କୁ ୨ ସପ୍ତାହର ଜୁଡିସିଆଲ୍ ରିମାଣ୍ଡରେ ପଠାଇ ଦିଆଯାଇଛି ।

Leave A Reply

Your email address will not be published.