Latest Odisha News

BREAKING NEWS

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଏକାଧିକ ବିଲ୍ ଉପରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବନା ରହିଛି ।

ଏହି ବୈଠକଟି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୦ଟାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାଜ୍ୟ କ୍ୟାବିନେଟରେ କରୋନା ଭାଇରସର ମୁକାବିଲା ତଥା ମାସ୍କ ଓ ସାନିଟାଇଜର ଆଦି ଉପରେ ଆଲୋଚନା କରାଯାଇପାରେ ।

Leave A Reply

Your email address will not be published.