Latest Odisha News

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଭର୍ଚୁଆରେ ନବୀନ ନିବାସରୁ ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଆଜିର ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ପରେ ମଞ୍ଜୁରୀ ଦେଇପାରେ ରାଜ୍ୟ କ୍ୟାବିନେଟ୍ ।

ଆଜିର କ୍ୟାବିନେଟରେ ମୋଟ୍ ୧୩ଟି ପ୍ରସ୍ତାବ ଆସିପାରେ ବୋଲି ସୂଚନା ମିଳିଛି । ତେବେ ଏଜେଣ୍ଡା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କୌଣସି ସୂଚନା ମିଳି ନାହିଁ ।

Leave A Reply

Your email address will not be published.