Latest Odisha News

BREAKING NEWS

ବିଏସଏଫ୍ ଆଇଜି ହେଲେ ଓଡିଶା କ୍ୟାଡରର ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡିଶା-କ୍ୟାଡର ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ସୀମା ସୁରକ୍ଷା ବଳ (ବିଏସଏଫ)ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ କେନ୍ଦ୍ର ପକ୍ଷରୁ ନିଯୁକ୍ତ କରାଯାଇଛି ।

ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠିରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି, ୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ବିଏସଏଫ ଆଇଜି ଭାବରେ ନିଯୁକ୍ତି ପାଇଛନ୍ତି। ସେ କେନ୍ଦ୍ରୀୟ ଡେପୁଟେସନରେ ୫ ବର୍ଷ ପାଇଁ ଦାୟିତ୍ୱ ତୁଲାଇବେ ।

ତେବେ ସୁଶାନ୍ତ କୁମାର ନାଥଙ୍କୁ ଦାୟିତ୍ୱ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

 

Leave A Reply

Your email address will not be published.