Latest Odisha News

BREAKING NEWS

ଓଡିଆ ପର୍ବତାରୋହୀ ନୀଳାଚଳଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଲେ ଅନ୍ତର୍ଜାତୀୟ କ୍ରିକେଟର ଟିପ୍ପୋ ମୋରିସ୍

ଭୁବନେଶ୍ୱର: କରୋନା ଅନ୍ତର୍ଜାତୀୟ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସଜାଇଲା ପରିବା ବ୍ୟବସାୟୀ । କିନ୍ତୁ ଏ ଭିତରେ ସେ ବରିଷ୍ଠ ନାଗରିକଙ୍କ ପାଇଁ ଫ୍ରି ଡେଲିଭରିର ବ୍ୟବସ୍ଥା କରିଛନ୍ତି । ଏ ନେଇ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ଆଜିର ଆଇପିଏଲ ମ୍ୟାଚରେ ସମ୍ମାନ ଜଣାଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ଟିପ୍ପୋ ମୋରିସ୍ ।

ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ଟିମରେ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଏହି କ୍ରିକେଟର କ୍ରିଷ୍ଟୋଫର ହେନେରୀ ମୋରିସ୍ ଓରଫ ଟିପ୍ପୋ ମୋରିସ୍ ନୀଳାଚଳଙ୍କ ନାଁ ଲେଖାଥିବା ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିଛି । ଏଥି ସହ ଏଥିରେ ଲେଖା ଅଛିି ‘ମୋ କୋଭିଡ ହିରୋ’ । ଆଜି ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ଓ ସନରାଇଜ ହାଇହ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେଉଛି ।

ଏପରିକି ତାଙ୍କ ଟ୍ୱିଟରରେ ତାଙ୍କ ନାମକୁ ପରିବର୍ତ୍ତନ କରି ନୀଳାଚଳ ପରିଡାଙ୍କ ନାମରେ ରଖିଛନ୍ତି ।

ପର୍ବତାରୋହୀ ନୀଳାଚଳଙ୍କର ଗତ ଏପ୍ରିଲ ମାସ ୧ ତାରିଖରେ ଋଷିଆର ସବୁଠୁ ଉଚ୍ଚ ପର୍ବତ ଏଲବ୍ରଶ ଆରୋହଣର କାର୍ଯ୍ୟକ୍ରମ ଥିଲା । ପରେ ପରେ ଏଭେରେଣ୍ଟ ଆରୋହଣର କରିଥାନ୍ତି । କିନ୍ତୁ କୋଭିଡ ଯୋଗୁଁ ସବୁ ବାତିଲ ହୋଇଥିଲା ।

ଏସବୁ ଭିତରେ ଲକ୍ ଡାଉନ ଘୋଷଣା ହେଲା । ୨୪ ବର୍ଷୀୟ ନୀଳାଚଳ କିଛି କାମ କରିବାର ଇଚ୍ଛା ନେଇ ନିଜ ଭାଇଙ୍କ ସହ ମିଶି ଡେଲଟା ଛକରେ ଥିବା ନିଜ ଘର ପାଖରେ ଏକ ପରିବା ଦୋକାନ ଖୋଲିଲେ । କେବଳ ଦୋକାନରେ ପରିବା ବିକିଲେ ତା ନୁହେଁ ସେ ତାଙ୍କ ପାଖକୁ ଆସୁଥିବା ଗ୍ରାହକମାନଙ୍କୁ କରୋନା ନେଇ ସଚେତନ ମଧ୍ୟ କରିଥିଲେ । ଦୋକାନରେ ଲାଗିଥିବା ଏକ ଫ୍ଲେକ୍ସରେ ସ୍ପଷ୍ଟ ସୂଚନା ଦେଇଥିଲେ । ବିନା ମାସ୍କରେ ପରିବା ମିଳିବ ନାହିଁ । ସମସ୍ତଙ୍କୁ ଲାଇନରେ ରହି ପରିବା ବାଛିବା ମଧ୍ୟ ବାଧ୍ୟତାମୂଳକ । ଏଥି ସହ ପ୍ରତି ଗ୍ରାହକ ହାତ ସାନିଟାଇଜ କରି ପରିବା ବାଛିବେ ।

ତେବେ ତାଙ୍କ ଦୋକାନଠାରୁ ୧୦ କିଲୋମିଟର ଦୂରତା ମଧ୍ୟରେ ରହୁଥିବା ବରିଷ୍ଠ ନାଗରିକଙ୍କ ଘରେ ସେ ପରିବା ପହଞ୍ଚାଉଛନ୍ତି । କେବଳ ପରିବା ନୁହେଁ ଗ୍ରୋସରୀ, ଔଷଧ ମଧ୍ୟ ଯେଗାଇ ଦେଉଛନ୍ତି । ସରକାର ବରିଷ୍ଠ ନାଗରିକମାନଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିବାରୁ ସେମାନଙ୍କୁ ଏପରି ଭାବେ ସାହାଯ୍ୟ କରିଆସୁଛନ୍ତି ନୀଳାଚଳ ।

ତେବେ ନୀଳାଚଳଙ୍କ ଏପରି କାମ ପାଇଁ ତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ଜଣାଇ କ୍ରିକେଟର ଟିପ୍ପୋ ମୋରିସ୍ ପିନ୍ଧିଥିବା ଜର୍ସି ପାଇଁ ଆଜି ସାରା ଓଡିଶା ଗର୍ବିତ ।

Leave A Reply

Your email address will not be published.