Latest Odisha News

BREAKING NEWS

ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଧିକାରୀ ‘ନ୍ୟାସନାଲ୍ ପୋଲିସ ଏକାଡ଼େମୀ’ ନିର୍ଦ୍ଦେଶକ ଭାବେ ନିଯୁକ୍ତ

ହାଇଦ୍ରାବାଦ: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ଯିଏକି ପୂର୍ବରୁ ଓଡ଼ିଶା କ୍ରାଇମବ୍ରାଞ୍ଚର ମୁଖ୍ୟଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ତାଙ୍କୁ ‘ନ୍ୟାସନାଲ୍ ପୋଲିସ ଏକାଡ଼େମୀ’ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।

ଓଡ଼ିଶା କ୍ୟାଡ଼ରର ତଥା ୧୯୮୬ ବ୍ୟାଚର ଏହି ଆଇପିଏସ ଅଧିକାରୀ ଏହି ପଦବୀରେ ଜୁଲାଇ ୪ ତାରିଖରୁ ନିଯୁକ୍ତ ହୋଇଛନ୍ତି । ସେ ଏହି ପଦବୀରେ ୨୦୨୧, ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିବେ ।

ଏହି ନିଯୁକ୍ତି ପୂର୍ବରୁ ସେ ‘ନାରକୋଟିକ୍ସ କଣ୍ଟ୍ରେଲ ବ୍ୟୁରୋ’ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ ।

ଓଡ଼ିଶାରେ ତାଙ୍କ କାର୍ଯ୍ୟକାଳ ସମୟରେ ଅଭୟ ରାଜ୍ୟ ଗୁଇନ୍ଦା ବିଭାଗ ତଥା ଓଡ଼ିଶା କ୍ରାଇମବ୍ରାଞ୍ଚର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.