Latest Odisha News

BREAKING NEWS

ଦୁବାଇ-ଭୁବନେଶ୍ୱର ସିଧା ବିମାନ ଚଳାଚଳ ନେଇ କେନ୍ଦ୍ର ସରକାରଙ୍କ ଇଙ୍ଗିତ !

ନୂଆଦିଲ୍ଲୀ: ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ସମ୍ଭାବନା ନେଇ କେନ୍ଦ୍ର ସରକାର ଇଙ୍ଗିତ ପ୍ରଦାନ କରିଛନ୍ତି । ଏହି ସିଧାସଳଖ ବିମାନ ଚଳାଚଳ ଲାଗି ଗତ ସପ୍ତାହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଘରୋଇ ବିମାନ ଚଳାଚଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଦୁଇଟି ସହର ମଧ୍ୟରେ ବିମାନ ଦ୍ୱାରା ସିଧା ଯୋଗାଯୋଗୁଁ ଲାଗି ବୃଦ୍ଧି ପାଉଥିବା ଚାହିଦାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଏନେଇ ଅନୁରୋଧ କରିଥିଲେ ।

ରାଜ୍ୟସଭାରେ ମଙ୍ଗଳବାର ଦିନ ଭାରତର ‘ଏୟାରପୋର୍ଟ ରେଗୁଲେଟୋରୀ ଅଥରିଟି’ ବିଲ୍ ସମ୍ପର୍କରେ ଆଲୋଚନା କରିବା ସମୟରେ କେନ୍ଦ୍ର ଘରୋଇ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଥିଲେ, ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଲାଗି ଭାରତୀୟ ବିମାନ ସେବାଗୁଡ଼ିକ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଛି ।

ସୋମବାର ଦିନ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ୍ ଦେବ ଏଠାରେ ଏକ ପର୍ଯ୍ୟଟନ କନକ୍ଲେଭରେ ଉଦବୋଧନ ଦେବା ଅବସରରେ କହିଥିଲେ ଯେ, ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ଓ ସିଙ୍ଗାପୁରକୁ ଖୁବ୍ ଶିଘ୍ର ବିମାନ ଉଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.