Latest Odisha News

BREAKING NEWS

ଆସନ୍ତା ୨୬ରୁ ମେ-ଫେୟାରରେ ‘ଦାଣ୍ଡିଆ ରାସ-୨୦୨୨’

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଦୁର୍ଗାପୂଜା ଅବସରରେ ଦାଣ୍ଡିଆ ନୃତ୍ୟ ଉପଭୋଗ କରିବେ ରାଜଧାନୀବାସୀ । ଆସନ୍ତା ୨୬ ତାରିଖରୁ ହୋଟେଲ୍ ମେ-ଫେୟାରରେ ଆରମ୍ଭ  ହେବ ‘ଦାଣ୍ଡିଆ ରାସ-୨୦୨୨’ । ମେ-ଫେୟାର ଓ ଏଂଟରଟେନ୍ ଇଭେନ୍‌ଟ୍ସ ଆଣ୍ଡ ପ୍ରମୋସନ୍ସ ମିଳିତ ଭାବେ ୧୦ ଦିନ ବ୍ୟାପୀ ଏହି ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେବ ଏହି କାର୍ଯ୍ୟକ୍ରମ ବନ୍ଦ ଥିଲା ।

୧୦ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ‘ଦାଣ୍ଡିଆ ରାସ’ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ, ସଂଗୀତ, ନୃତ୍ୟ ଓ ବକ୍ତୃତା ଭଳି ପ୍ରତିଯୋଗିତା କାର୍ଯ୍ୟକ୍ରମ ରଖାଯାଇଛି । କାର୍ଯ୍ୟକ୍ରମର ଶେଷ ଦିନରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

ସେହିପରି ଏହି ଶିଶୁମାନଙ୍କର ମା’ ମାନଙ୍କ ପାଇଁ ରଙ୍ଗୋଲୀ କାଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ ଟା ପର୍ଯ୍ୟନ୍ତ ଦାଣ୍ଡିଆ ନୃତ୍ୟର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ଇଣ୍ଡିଆ ଫେମ୍ ବିନ୍‌ତି ସିଂ, ଇଣ୍ଡିଆ ଆଇଡଲ୍ ଫେମ୍ ରିୟା ଭଟାଚାର୍ଯ୍ୟ, ପ୍ଲେ ବ୍ୟାକ୍ ସିଙ୍ଗର ତୋର୍ସା ସରକାର ଏବଂ କେକା ଘୋଷାଲ୍‌ଙ୍କ ଭଳି କଳାକାର ସଂଗୀତ ପରିବେଷଣ କରିବେ । ଓଡ଼ିଶାର ଅନେକ ପ୍ରତିଷ୍ଠିତ କଳାକାର ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ଦେଇଛନ୍ତି ଆୟୋଜକ ।

Leave A Reply

Your email address will not be published.