Latest Odisha News

BREAKING NEWS

ବିଶ୍ୱକପ୍ ହକି ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ୮୭୫କୋଟିକୁ ଟପିଲା

ବର୍ଷକରେ ବଢ଼ିଲାଣି ଦୁଇଗୁଣ ଭିତ୍ତିଭୂମି ନିର୍ମାଣ ଖର୍ଚ

ଭୁବନେଶ୍ବର: ଆଜି କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନ କରିଛନ୍ତି ସରକାର । ତେବେ ୨୦୨୩ ବିଶ୍ୱକପ୍ ହକି ନିମନ୍ତେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ଗତ ବର୍ଷ ଯେତିକି ଆକଳନ କରାଯାଇଥିଲା ତାହା  ବର୍ଷକ ମଧ୍ୟରେ ୨ଗୁଣ ବୃଦ୍ଧି ପାଇଛି ।  କଳିଙ୍ଗ ଷ୍ଟାଡ଼ିୟମରେ କ୍ରୀଡ଼ା ଭିତ୍ତିଭୂମି ସୁବିଧା ନିର୍ମାଣ ଓ  ରାଉରକେଲାଠାରେ ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ନିର୍ମାଣ ଖର୍ଚକୁ ୮୭୫.୭୮କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗୋଟେ ବର୍ଷ ମଧ୍ୟରେ ହକି ଭିତ୍ତିଭୂମି ପାଇଁ ଏତେ ଟଙ୍କା ଖର୍ଚ ବଢ଼ିଯିବାକୁ ନେଇ ଏବେ ଚର୍ଚା ଜୋର ଧରିଛି ।

India’s largest hockey stadium in Rourkela to be completed by October, FIH will hold test event before World Cup: Odisha govt

ହକି ଭିତ୍ତିଭୂମି  ଅଧିକ ଉନ୍ନତମାନର କରିବା ନିମନ୍ତେ ରାଜ୍ୟ ସରକାର ୨୦୨୧ ମେ’ମାସରେ  ୪୩୨.୪୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ । ତା ପୂର୍ବରୁ 2021 ମାର୍ଚ 24  କ୍ୟାବିନେଟ ବୈଠକରେ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବକପ୍‌ ମ୍ୟାଚ୍ ଖେଳାଯିବା ଏବଂ  ରାଉରକେଲାରେ ୨୦ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ନିର୍ମାଣ ପ୍ରସ୍ତାବ ପ୍ରକଳ୍ପରେ ମୋଟ ୩୫୬.୩୮ କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏବେ ୪୩୨.୪୫ କୋଟି ଟଙ୍କାର ବ୍ୟୟବରାଦ ବଢ଼ି ବଢ଼ି 875.78 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଅଚାନକ ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମି ପାଇଁ ୮୭୫.୭୮କୋଟି ଟଙ୍କା ମଂଜୁର କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଏହି ମାତ୍ରାଧିକ ବ୍ୟୟବରାଦକୁ ମଧ୍ୟ ଅନୁମୋଦନ କରିଛନ୍ତି । ତେବେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ବଜେଟ ପରିମାଣ ଅଚାନକ ବର୍ଷକ ମଧ୍ୟରେ ଦ୍ୱିଗୁଣରୁ ଅଧିକ ବୃଦ୍ଧି ପାଇବାକୁ ନେଇ ଏବେଠୁ ସାଧାରଣରେ ପ୍ରଶ୍ନ ଉଠିଲାଣି ।

Leave A Reply

Your email address will not be published.