ଭୁବନେଶ୍ୱର: ଜୁନ୍ ୨୭ ରଥଯାତ୍ରା ପୂର୍ବରୁ ପୁରୀରେ ହୋଟେଲ୍ ରୁମ୍ ଚାହିଦା ବୃଦ୍ଧି ପାଉଥିବାବେଳେ କ୍ରାଇମ୍ ବ୍ରାଞ୍ଚ ବୁଧବାର ଦିନ ଜନସାଧାରଣଙ୍କୁ ଅନଲାଇନ୍ ବୁକିଂ ଠକେଇ ନେଇ ସତର୍କତା ଜାରି କରିଛି।
ବିଶେଷକରି ପୁରୀ, ଭୁବନେଶ୍ୱର ଏବଂ କଟକ ଯାଉଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଉଛି।ଠକମାନେ ନକଲି ୱେବସାଇଟ୍ ଏବଂ ସୋସିଆଲ ମିଡିଆ ପେଜ ତିଆରି କରି ଶସ୍ତା ଦର, ଜରୁରୀ ଡିଲ୍ ଏବଂ ଗ୍ୟାରେଣ୍ଟି ବୁକିଂ ପ୍ରଦାନ କରୁଛନ୍ତି। ଏପରିକି ସେମାନେ UPI, ୱାଲେଟ୍ କିମ୍ବା ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ବୁକିଂ ଦାବି କରିଥାନ୍ତି। ନକଲି ଗ୍ରାହକ ସେବା ନମ୍ବର ଏବଂ ରସିଦ ମଧ୍ୟ ବ୍ୟବହାର କରିଥାନ୍ତି। ଏହି ନକଲି ସାଇଟ୍ ମଧ୍ୟରୁ ଅନେକ ଗୁଗୁଲ୍ ସର୍ଚ୍ଚରେ ମିଳିଥାଏ। ଫଳରେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡେ। ପୀଡିତମାନେ ପ୍ରାୟତଃ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ଠକେଇର ଶିକାର ହୋଇଥିବା ଜାଣନ୍ତି ବୋଲି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।
ତେବେ ଜାଣନ୍ତୁ ୧୧ଟି ନକଲି ୱେବସାଇଟ୍ ଲିଙ୍କ ଗୁଡ଼ିକୁ।

ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ଟିମ୍ ପୂର୍ବରୁ ନକଲି ହୋଟେଲ୍ ବୁକିଂ ୱେବସାଇଟ୍ ସମ୍ପର୍କରେ ୩୧୭ଟି ଅଭିଯୋଗ ପାଇସାରିଛି ଏବଂ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ପୋଲିସ ସୂତ୍ର ଅନୁଯାୟୀ, ରାଜ୍ୟରେ ଅନଲାଇନ୍ ହୋଟେଲ ବୁକିଂ ସମୟରେ ଠକମାନେ ଅତି କମରେ ୧୫ ଜଣ ପର୍ଯ୍ୟଟକଙ୍କ ଠାରୁ ପ୍ରାୟ ୬୦,୦୦୦ ଟଙ୍କା ଠକି ନେଇଛନ୍ତି। ଗତ ଏପ୍ରିଲ ମାସରେ ପୁରୀ ଜଗନ୍ନାଥ ମନ୍ଦିରର ଅତିଥି ଗୃହର ନକଲ କରି ଏକ ଫେକ ୱେବସାଇଟ୍ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ଠକୁଥିବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ ଉତ୍ତର ପ୍ରଦେଶର ଜଣେ IT ପ୍ରଫେସନାଲଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଥିଲା। ସେହିପରି ପୂର୍ବରୁ ଅନେକ ଠକ ୱେବସାଇଟ୍ ମନ୍ଦିରର ସରକାରୀ ବୁକିଂ ପୋର୍ଟାଲ୍ (www.shreejagannatha.in ଏବଂ www.stayatpurijagannatha.in) ସହିତ ସମାନ ଥିଲା। ଯାହା ତୀର୍ଥଯାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।
ତେବେ କେବଳ MakeMyTrip, Goibibo, Booking.com ଆଦି ସ୍ଵୀକୃତିପ୍ରାପ୍ତ ପ୍ଲାଟଫର୍ମ କିମ୍ବା ସରକାରୀ ପର୍ଯ୍ୟଟନ ୱେବସାଇଟ୍ ମାଧ୍ୟମରେ ହୋଟେଲ ବୁକ୍ କରିବାକୁ ପରାମର୍ଶ ଦିଆଯାଇଛି।
Comments are closed.