Latest Odisha News

BREAKING NEWS

ଆଜି ଶାମ୍ବ ଦଶମୀ, କୋଣାର୍କରେ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଦେବତାଙ୍କ ଆରଧନା କରୁଛନ୍ତି ଶ୍ରଦ୍ଧାଳୁ । ସନ୍ତାନଙ୍କ ମଙ୍ଗଳକାମନା କରି କରାଯାଏ ପୂଜାର୍ଚ୍ଚନା । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ଆଜି ଘରେ ଘରେ ପିଠା ପ୍ରସ୍ତୁତ କରାଯାଇଛି । ଏହାସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା କରାଯାଉଛି ।

ପବିତ୍ର ଶାମ୍ବ ଦଶମୀ ଉଲକ୍ଷେ କୋଣାର୍କରେ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା ଅନୁଷ୍ଠିତ ହେବ । ପ୍ରତିବର୍ଷ ଶାମ୍ବ ଦଶମୀ ତିଥିରେ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ସ୍ୱତନ୍ତ୍ର ନୀତିକାନ୍ତି ପରେ ରଥରେ ହୋମ ଓ କଳସ ସ୍ଥାପନା ପରେ ସୂର୍ଯ୍ୟଙ୍କ ବିଗ୍ରହ ସ୍ଥାପନା କରାଯାଇଥାଏ । ପବିତ୍ର ରଥ ଉପରେ ୧୦୮ କାକରା, ବରା ଓ ପୋଡ଼ ପିଠା ଲାଗି ହୋଇଥାଏ । ଏହି ରଥ ୨୭ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହି ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା କରାଯାଇଥାଏ । ମାଘ ସପ୍ତମୀରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ ।

Leave A Reply

Your email address will not be published.