Latest Odisha News

ବିଜୟା ଦଶମୀରେ ଫିକା ପଡିଛି ପାର୍ବଣ

ଭୁବନେଶ୍ୱର: ଆଜି ବିଜୟ ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଦିନ । ହେଲେ ଦଶହରା ଫିକା ପଡ଼ିଛି ଶ୍ରଦ୍ଧାଳୁୂ ବିନା । ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ‌ସାରା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ମହାମାରୀ ନେଇ ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ସହକାରେ ପୂଜା କରାଯାଉଛି ।

BjdElectrycity

କେବଳ ଦେବୀ ଦୁର୍ଗାଙ୍କ ନୀତିକାନ୍ତି କରାଯାଉଥିବା ବେଳେ, ସାଧାରଣ ଦର୍ଶନ ବନ୍ଦ । ସଂକ୍ରମଣ ଆଶଙ୍କା‌ରେ ପୂଜା ମଣ୍ଡପଗୁଡ଼ିକରେ ୭ ଜଣରୁ ଅଧିକ ରହି‌ବେ ନାହିଁ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ନିୟମକୁ ମଧ୍ୟ କଡ଼ାକଡ଼ି ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଫଳରେ ପୂଜା ମଣ୍ଡପ ଏକରକମ ଫିକା ଫିକା ଲାଗୁଛି ।

ଆଜି ହେଉଛି ମାଙ୍କର ବିଶ୍ରାମର ଦିନ । କାରଣ କାଲି ଧରାପୃଷ୍ଠରୁ ମେଲାଣୀ ନେବେ ମାଆ । ଏହାସହ ଆଜି ବିଭିନ୍ନ ପୂଜା ମଣ୍ଡପରେ ବଙ୍ଗାଳୀ ସମ୍ପ୍ରଦାୟର ସ୍ତ୍ରୀ ଲୋକେ ସିନ୍ଦୁର ଖେଳ କରିବାର ପରମ୍ପରା ବି ରହିଛି ।

Leave A Reply

Your email address will not be published.