Latest Odisha News

BREAKING NEWS

ଆଜିଠୁ ପଞ୍ଚୁକ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ

ଭୁବନେଶ୍ୱର: ପବିତ୍ର କାର୍ତିକ ମାସ ଅବସରରେ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ମହାପଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି ।

ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ଦିନରୁ ପାଞ୍ଚ ଦିନ ଧରି ବିଭିନ୍ନ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏହି ଦିନରେ ଗୃହିଣୀମାନେ ବଡି ଭୋରରୁ ଉଠି ଚଉଁରାମୁଳରେ ମୁରୁଜ ଆଙ୍କି ପୂଜାର୍ଚ୍ଚନା କରିଥାନ୍ତି ।

ଉଲ୍ଲେଖଯୋଗ୍ୟ କାର୍ତିକ ମାସର ଶୁକ୍ଳ ଏକାଦଶୀକୁ ବଡ ଏକାଦଶୀ ଭାବରେ ମଧ୍ୟ ପାଳନ କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନରେ ଭଗବାନ ଶ୍ରୀହରି ବଳି ରାଜାଙ୍କ ରାଜ୍ୟରେ ଚାତୁର୍ମାସ୍ୟ ବିଶ୍ରାମ ପରେ ବୈକୁଣ୍ଠ ଫେରିଥିଲେ ।

ଆହୁରି ମଧ୍ୟ ଏହି ଏକାଦଶୀକୁ ପ୍ରବୋଧନା ଏକାଦଶୀ, ଦେବଉତଥାନ ଏକାଦଶୀ ବା ବଡ ଏକାଦଶୀ ଭାବରେ ମଧ୍ୟ ପାଳନ କରାଯାଇଥାଏ । ଆହୁରି ମଧ୍ୟ ବର୍ଷରେ ପଡୁଥିବା ୨୪ଟି ଯାକ ଏକାଦଶୀକୁ ପାପନାଶକ ଦିବସ ଭାବେ ଗ୍ରହଣ କରାଯାଉଥିଲେ ମଧ୍ୟ ଏହି ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି ।

ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave A Reply

Your email address will not be published.