Latest Odisha News

BREAKING NEWS

ମାଓବାଦୀଙ୍କ ଗୁଳିରେ ପୋଲିଂ ସୁପରଭାଜରଙ୍କ ମୃତ୍ୟୁ ଘଟଣା: ନିର୍ବାଚନ କମିଶନଙ୍କ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କନ୍ଧମାଳ: ଗତକାଲି କନ୍ଧମାଳ ଜିଲ୍ଲା ଗୋଚ୍ଛପଡ଼ା ଥାନା ଅନ୍ତର୍ଗତ ବାରହଳା ଗ୍ରାମ ନିକଟରେ ମାଓବାଦୀମାନେ ନୃଶଂସ ଭାବେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଗୁଳିମାଡ଼ରେ ପ୍ରାଣ ହରାଇଥିବା ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲଙ୍କ ପରିବାରର ନିକଟତମ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

“ଭାରତୀୟ ନିର୍ବାଚନ କମିଶନଙ୍କ ନିୟମାନୁଯାୟୀ ସଂଯୁକ୍ତାଙ୍କ ପରିବାରର ନିକଟତମ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦକୁ ସହାୟତା ରାଶି ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ,”ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ।

ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିବା ସଂଯୁକ୍ତା ଗତକାଲି ତାଙ୍କର ଅନ୍ୟ ପୋଲିଂ ପାର୍ଟି ସହଯୋଗୀମାନଙ୍କ ସହିତ ଗାଡ଼ି ରଖି ଛିଡ଼ା ହୋଇଥିବା ବେଳେ ବିସ୍ଫୋରଣ ଘଟି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଗଣମାଧ୍ୟମକୁ ସୂଚନାଦେଇ ଆସିଷ୍ଟାଣ୍ଟ ସେକ୍ଟର ଅଫିସର ପ୍ରକାଶ ଦାସ କହିଛନ୍ତି, ତାଙ୍କ ସହିତ ଏକ ୪ ଜଣିଆ ପୋଲିଂ ପାର୍ଟିର ସଦସ୍ୟଭାବେ ସଂଯୁକ୍ତା ମଧ୍ୟ ରହିଥିଲେ । ଗାଡ଼ିକୁ ରାସ୍ତା କଡ଼ରେ ରଖି ପୋଲିଂ ବୁଥକୁ ଯିବା ବାଟରେ ଅନ୍ୟ କିଛି ପୋଲିଂ କର୍ମଚାରୀଙ୍କୁ ଅପେକ୍ଷା କରିଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିଲେ । “ବିସ୍ଫୋରଣ ହେବାପରେ ଆମେ ସମସ୍ତେ ଆତଙ୍କିତ ଅବସ୍ଥାରେ ଗାଡ଼ି ବାହାରକୁ ବାହାରି ଯିବାକୁ ଚେଷ୍ଟା କରିଥିଲୁ । ତେବେ ବାହାରକୁ ଆସିବା ପରେ ମାଓବାଦୀମାନେ ଗୁଳିଚାଳନା କରିଥିଲେ, ଫଳରେ ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ସଂଯୁକ୍ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । କୌଣସିମତେ ଆମେ ତାଙ୍କ ମୃତଦେହକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିପାରିଥିଲୁ,” ବୋଲି କହିଛନ୍ତି ଶ୍ରୀ ଦାସ ।

Comments are closed.