Latest Odisha News

ସିଲ ହେଲା ଝାରସୁଗୁଡା-ଛତିଶଗଡ଼ ସୀମା

ଝାରସୁଗୁଡା: ସିଲ ହେଲା ଓଡ଼ିଶା-ଛତିଶଗଡ଼ ସୀମା । ଆସନ୍ତା ଏପ୍ରିଲ ୧୪ ଯାଏଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓଡ଼ିଶା-ଛତିଶଗଡ଼ ସୀମାକୁ ଦୁଇଟି ସ୍ଥାନରେ ସିଲ୍ କରିଛି।

ଗୋଟିଏ ହେଉଛି ଜାତୀୟ ରାଜପଥ-୪୯ରେ କନକତୋରା ଗାଁରେ ଥିବା ସୀମା ଓ ଅନ୍ୟଟି ହେଉଛି ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା କନ୍ଦେଇକେଲା ନିକଟସ୍ଥ ଲାରଚୌକ୍ ଏବଂ ଏକତାଲ ଛକ।

ଏଠାରେ ଉଭୟ ରାଜ୍ୟରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଉପରେ କଟକଣା ଲାଗୁ ହେବ ନାହିଁ ବୋଲି ଜଣାପଡିଛି।

ବାହାର ରାଜ୍ୟର ଗାଡ଼ି ଯେପରି ଭିତରେ ପ୍ରବେଶ ନ କରିପାରିବ ସେ ଉପରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.