Latest Odisha News

BREAKING NEWS

ଜାତୀୟ ରାଜପଥରୁ ଟୋଲ୍ ଫି’ ଆଦାୟ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ସମସ୍ତ ଜାତୀୟ ରାଜପଥରେ ଟୋଲ୍ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ଏନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଦେଶବ୍ୟାପୀ ଜାରି ରହିଥିବା ଲକଡାଉନକୁ ଦୃଷ୍ଟିରେ ରଖି ସାମୟିକ ଭାବେ ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜା ଗୁଡିକରୁ ‘ଟୋଲ୍ ଫି’ ଆଦାୟ କରାଯିବ ନାହିଁ । ଯାହାଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡିଗୁଡିକୁ ସେବା ପ୍ରଦାନରେ କୌଣସି ଅସୁବିଧା ହେବ ନାହିଁ” ।

ଆହୁରି ମଧ୍ୟ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ପୂର୍ବଭଳି ଜରୁରୀ ସମ୍ବଳ ଉପଲବ୍ଧ କରାଯିବ । ୨୧ ଦିନ ଧରି ଜାରି ରହିଥିବା ଲକଡାଉନ ସମୟରେ ନିରନ୍ତର ଭାବେ ଜରୁରୀ ଅତ୍ୟାବଶ୍ୟକୀୟ ସେବା ପ୍ରଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.