ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷ ପୂରିଛି । ୭୫ ବର୍ଷରେ ପାଦ ଥାପିଛନ୍ତି ନବୀନ । ଏବର୍ଷ କରୋନା ମହାମାରୀ ଯୋଗୁ ଜନ୍ମଦିନ ପାଳନ କରୁ ନାହାନ୍ତି । ନବୀନ ନିବାସ ଆସିବା ପାଇଁ ଦଳୀୟ ନେତା, କର୍ମୀ ସମର୍ଥକଙ୍କୁ ମନା କରିଥିଲେ ନବୀନ । ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ରକ୍ତ ଓ ପ୍ଲାଜମା ଦାନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ତାଙ୍କର ଲମ୍ବା ଓ ସୁସ୍ଥ ଦୀର୍ଘାୟୁ କାମନା କରିଛନ୍ତି ।
Birthday greetings to Odisha CM Shri Naveen Patnaik Ji. Praying for his long and healthy life. @Naveen_Odisha
— Narendra Modi (@narendramodi) October 16, 2020
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ୭୪ ପୂରି ଆଜିଠାରୁ ୭୫ ଚାଲିଲା । ଜନ୍ମଦିନ ଅବସରରେ ନବୀନଙ୍କୁ ସୋସିଆଲ୍ ମିଡିଆରେ ସୁଟୁଛି ଶୁଭେଚ୍ଛାର ସୁଅ । ବାଲୁକା କଳା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
Wishing a very Happy Birthday to Hon’ble CM @Naveen_Odisha sir . May Lord Jagannath bless you with good health and long life. My SandArt at #Puri beach . pic.twitter.com/wI0AaQ9WMm
— Sudarsan Pattnaik (@sudarsansand) October 16, 2020
ସେହିପରି ବହୁ ରାଜନେତା ନବୀନଙ୍କୁ ଜଣାଇଛନ୍ତି ଜନ୍ମିଦନ ଶୁଭେଚ୍ଛା । ତାଙ୍କର ସୁସ୍ଥ ଓ ନାରମୟ ଜୀବନ ସହ ଦୀର୍ଘାୟୁ କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ନବୀନଙ୍କୁ ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା । ଦଳୀ ନେତା, କର୍ମୀ, ସମର୍ଥକଙ୍କ ସମେତ ସାଧାରଣ ଜନତା ନିଜ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀ ଶୁଭେଚ୍ଛା ଓ ଅଭିନନ୍ଦର ଜଣାଉଛନ୍ତି ।
Birthday greetings to the Chief Minister of Odisha Shri Naveen Patnaik Ji. May you be blessed with good health and long life. @Naveen_Odisha
— Nitin Gadkari (@nitin_gadkari) October 16, 2020
୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ୨୦୦୦ ମସିହାରୁ ଲଗାତାର ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ତୁଲାଉଛନ୍ତି ନବୀନ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ ରଖନ୍ତୁ । ଆପଣଙ୍କ ସୁସ୍ଥ ଓ ନୀରାମୟ ଜୀବନ କାମନା କରୁଛି ।
— Dharmendra Pradhan (@dpradhanbjp) October 16, 2020
ସିକିମ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍ଲିଂ ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ପରେ ନବୀନ ହେଉଛନ୍ତି ଦେଶର ତୃତୀୟ, ଯିଏ କ୍ରମାଗତ ଭାବେ ସର୍ବାଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଅଛନ୍ତି । ନବୀନଙ୍କର ବଡ଼ ପୁଞ୍ଜି ହେଉଛି ତାଙ୍କର ଭାବମୂର୍ତ୍ତି, ସାଧାରଣ ଜୀବନ ଶୈଳୀ ଓ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ । ଲୋକାଭିମୁଖୀ ଯୋଜନା ଓ ସ୍ୱସ୍ଥ ଶାସନ ପାଇଁ ସେ ଦେଶର ଆଦର୍ଶ ଓ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ।
Comments are closed.