Latest Odisha News

BREAKING NEWS

ଜୁଲାଇ ୨୮ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି; ୧୦୦୦ ଜଣ କଲେ ପଞ୍ଜୀକରଣ

ଭୁବନେଶ୍ବର:ଆସନ୍ତା ସୋମବାର ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ୧୦୦୦ ଜଣ ଆବେଦନକାରୀ ସେମାନଙ୍କର ନାମ ଅନଲାଇନ୍ ଯୋଗେ ପଞ୍ଜୀକରଣ କରିସାରିଛନ୍ତି । ଏହି ଅନଲାଇନ ପଞ୍ଜୀକରଣ ଆଜି ଜୁଲାଇ ୨୫ ତାରିଖ ସକାଳ ୧୦.୦୦ ଠାରୁ ଆରମ୍ଭ ହୋଇ ସର୍ବାଧ‌ିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିଥିଲା । ତେବେ ଆଜି ଅପରାହ୍ଣ ସୁଦ୍ଧା ସମସ୍ତ ପଞ୍ଜୀକରଣ ସରିଥିବା  ଜଣାପଡିଛି ।
ଜନସାଧାରଣ ଜନଶୁଣାଣି  ପୋର୍ଟାଲ  ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ଇଚ୍ଚୁକ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି ।
ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ  ଏଥର ଜୁଲାଇ ୨୮ ତାରିଖ ସୋମବାର  ସକାଳ ୮  ଘଟିକାରୁ   ୟୁନିଟ-୨, ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି  କରିବାର କାର୍ଯ୍ୟକ୍ରମ ରହିଛି ।   ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ  ଜଣାଇବା ବ୍ୟବସ୍ଥା ରହିଛି  ।

 

Comments are closed.