Latest Odisha News

BREAKING NEWS

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତଦୁଇ ପରୀକ୍ଷା  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃୟାରୀ ୧୬ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ ।

ପ୍ରଥମ ଦିନ ବିଜ୍ଞାନ ବିଭାଗର ପରୀକ୍ଷା ରହିଥିବାବେଳେ ୧୭ ତାରିଖ ଦିନ କଳା ଓ ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଜାନୁଆରୀ ୨ ତାରିଖରୁ  ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ହେବ  ।  ଗତ ୧୧ ତାରିଖରେ ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ  ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା ।  ଯେହେତୁ ସମସ୍ତ ବୋର୍ଡର ପରୀକ୍ଷା ତାରିଖ ଘୋଷଣା ସରିଛି  । ତେଣୁ  ପରୀକ୍ସିଷା ନେଇ ସିଏଚଏସଇ ପକ୍ଷରୁ  ତତ୍ପରତା ପ୍ରକାଶ କରିଛି ।

Leave A Reply

Your email address will not be published.