ଭୁବନେଶ୍ଵର: ଆସନ୍ତାକାଲି ଅର୍ଥାତ୍ ମେ ୨୧ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ। ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।
ସିଏଚଏସଇର ସୂଚନା ଅନୁଯାୟୀ, ଏକାସହ +୨ କଳା, ବାଣିଜ୍ୟ, ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ। ଏଥି ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ ଡିଜି ଲକର ସମେତ www.chseodisha.nic.in ଏବଂ https://orissaresults.nic.in ୱେବସାଇଟରେ ଦେଖିପାରିବେ।
ତେବେ ଚଳିତ ବର୍ଷ ମୋଟ ୩,୯୩,୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ କଳାରେ ୨,୪୭,୩୯୧ ଜଣ, ବିଜ୍ଞାନର ୧,୧୪,୯୮୦ ଜଣ, ବାଣିଜ୍ୟର ୨୫,୫୨୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାର ୫,୭୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
Comments are closed.