Latest Odisha News

BREAKING NEWS

ଓଡ଼ିଶା ସିଭିଲ୍ ସର୍ଭିସ: ମେନ୍ ପରୀକ୍ଷା ଲାଗି ୪୩୨ ଜଣ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ…

କଟକ: ଓଡ଼ିଶା ସିଭିଲ୍ ସର୍ଭିସ ୨୦୧୮ ପରୀକ୍ଷାରେ ସମୁଦାୟ ୪୩୨ ଜଣ ପରିକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ସୂଚନା ପ୍ରଦାନ କରିଛି ।

ଓଡ଼ିଶା ପ୍ରସାଶନିକ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ସଫଳ ପରିକ୍ଷାର୍ଥୀଙ୍କ ନାମ ତାଲିକା ଓପିଏସସିର ୱେବସାଇଟ୍ http://opsc.gov.in ଲଗଅନ୍ କରି ଜାଣି ହେବ ।

ତେବେ ଆସନ୍ତା ନଭେମ୍ବର ୨୮ରୁ ଡ଼ିସେମ୍ବର ୪ ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କର ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହିତ ଅନ୍ୟାନ୍ୟ ଡ଼କୁମେଣ୍ଟ ଯାଞ୍ଚ ହେବ ବୋଲି ଜଣାପଡ଼ିଛି । କମିଶନଙ୍କ ସୂଚନାନୁଯାୟୀ ଆସନ୍ତା ଡ଼ିସେମ୍ବର ୧୭ରୁ ୨୮ ତାରିଖ ମଧ୍ୟରେ ଏହାର କାର୍ଯ୍ୟାଳୟଠାରେ ହିଁ ପର୍ସନାଲିଟି ଟେଷ୍ଟ ଅନୁଷ୍ଠିତ ହେବ ।

କମିଶନଙ୍କ ପକ୍ଷରୁ ଏନେଇ ସମସ୍ତ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଇନଟିମେଶନ ଲେଟର୍ ପଠାଇବେ । ଏହି ଇନଟିମେଶନ ଲେଟରକୁ କମିଶନଙ୍କ ୱେବସାଇଟରୁ ହିଁ ପ୍ରାର୍ଥୀମାନେ ଡ଼ାଉନଲୋଡ଼ କରି ପାଇପାରିବେ ।

ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା ୨୦୧୮ ଚଳିତ ବର୍ଷ ଜୁଲାଇ ୫ରୁ ୨୯ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.