Latest Odisha News

BREAKING NEWS

ସ୍ୱାସ୍ଥ୍ୟସେବା ଲାଗି ଟୋଲ୍ ଫ୍ରି’ ନଂ ଶୁଭାରମ୍ଭ କଲେ ଓଡିଶା ସରକାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ତଥା ପରାମର୍ଶ ଲାଗି ଜନସାଧାରଣଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ । କେବଳ ଗୋଟିଏ ମାତ୍ର କଲ୍ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲୋକମାନେ ସହଜରେ ପାଇପାରିବେ । ଏଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଟୋଲ୍ ଫ୍ରି’ ହେଲ୍ଥ ଲାଇନ୍ ନମ୍ବରର ଶୁଭାରମ୍ଭ କରାଯାଇଛି ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିବା ବେଳେ ଜନସାଧାରଣ ୧୦୪ ନଂ ଡାଏଲ୍ କରି ଚିକିତ୍ସା ସମ୍ବନ୍ଧୀୟ ସବିଶେଷ ସୂଚନା ପାଇପାରିବେ । ଏପରିକି ନିଜ ଅଞ୍ଚଳରେ ଥିବା ହସ୍ପିଟାଲ୍ ଗୁଡିକର ଚିକିତ୍ସା ସେବାରେ କୌଣସି ପ୍ରକାର ବ୍ୟତିକ୍ରମ ଦେଖିଲେ ଲୋକମାନେ ଏହି ନଂ ଜରିଆରେ ଅଭିଯୋଗ ମଧ୍ୟ କରିପାରିବେ ।

ଏହି ନଂ ଜରିଆରେ ଜନସାଧାରଣ ମାନେ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଏମବିବିଏସ୍ ଡାକ୍ତରମାନଙ୍କ ଠାରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ନେଇପାରିବେ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜ୍ୟ ସରକାର ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଲାଗି ଏକ ଟୋଲ୍ ଫ୍ରି’ ନଂ ମଧ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.