ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସେସ୍ ମେନ(ଲିଖିତ) ପରୀକ୍ଷା-୨୦୨୩ର ଆନ୍ଥ୍ରୋପୋଲୋଜି ପେପର ୧ ଏବଂ ୨ ର ପୁନଃ ପରୀକ୍ଷା ମେ ୧୪ରେ ହେବା ନେଇ ଓଡ଼ିଶା ଲୋକସେବା ଆୟୋଗ ତରଫରୁ ବୁଧବାର ସୂଚନା ଦିଆଯାଇଛି।
ଯେଉଁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିବା ନେଇ ସୂଚନା ଦିଆଯାଇଛି। ତେବେ ଆନ୍ଥ୍ରୋପୋଲୋଜି ପେପର-୧ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ପେପର ୨ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ।
ପ୍ରଶ୍ନପତ୍ରରେ କିଛି ତ୍ରୁଟି ଥିବାରୁ ଏପ୍ରିଲ ୨୭ରେ ହେବାକୁ ଥିବା ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା। ତେବେ ସୋମବାର ପ୍ରାର୍ଥୀମାନେ ଏହି ବିଷୟର ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରି ପୁନର୍ବାର ପରୀକ୍ଷା ପାଇଁ ଦାବି କରିଥିଲେ।
ଉଲ୍ଲେଖଯୋଗ୍ୟ ଗତ ରବିବାର ଯେଉଁ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବାକୁ ଆସିଥିଲେ ସେମାନେ ପ୍ରଥମ ସିଟିଂରେ ଆନ୍ଥ୍ରୋପୋଲୋଜି ପେପର-୧ ବଦଳରେ ପେପର-୨ର ପ୍ରଶ୍ନପତ୍ର ପାଇଥିଲେ। ସେହିପରି ସେକେଣ୍ଡ ସିଟିଂ ରେ ପେପର ୧ ର ପ୍ରଶ୍ନପତ୍ର ପାଇଥିଲେ। ତେବେ ପ୍ରଥମ ସିଟିଂରେ ପରୀକ୍ଷା ସମୟ ମୁତାବକ ଓ ଯୋଜନା ଅନୁଯାୟୀ ଚାଲିଥିଲା ଓ ପ୍ରାର୍ଥୀମାନଙ୍କୁ ପ୍ରଶ୍ନପତ୍ର ପାଇଁ ସେଠାରେ ଉପସ୍ଥିତ ରହିବାକୁ ମଧ୍ୟ ସୂଚିତ କରାଯାଇଥିଲା।”କିନ୍ତୁ ଏହା ମଧ୍ୟରେ ଭୁଲ ପ୍ରଶ୍ନ ଯୋଗୁଁ ସେମାନଙ୍କର ଗୋଟେ ଘଣ୍ଟା ନଷ୍ଟ ହେବା ସହ ଅତି କମରେ ୫୦ ରୁ ୬୦ ନମ୍ୱରର ପ୍ରଶ୍ନର ଉତ୍ତର ସେମାନେ ଦେଇ ପାରିନଥିବା ନେଇ ଅଭିଯୋଗ ହୋଇଥିଲା।
Comments are closed.