Latest Odisha News

BREAKING NEWS

ଅନାଥାଶ୍ରମ ଓ ସ୍କୁଲପିଲାଙ୍କ ସହ ମିଶି ଭୋଜନ କର; ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ଅନାଥାଶ୍ରମ ଓ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା ସମୟରେ ପିଲାମାନଙ୍କ ସହିତ ମିଶି ଭୋଜନ କରିବାକୁ ମନ୍ତ୍ରୀମାନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଅନାଥାଶ୍ରମ, ସରକାରୀ ବିଦ୍ୟାଳୟ ତଥା ଆହାର କେନ୍ଦ୍ରଗୁଡ଼ିକରେ ଭୋଜନ ପ୍ରସ୍ତୁତି ଠିକ୍ ହେଉଛି କି ନାହିଁ ଏବଂ ରନ୍ଧାଖାଦ୍ୟର ଗୁଣବତ୍ତା ପରିଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ମନ୍ତ୍ରୀମାନେ ସରକାରୀ ଗସ୍ତ କରିବା ସମୟରେ ବିଭିନ୍ନ ବିଦ୍ୟାଳୟ, ଅନାଥାଶ୍ରମ କିମ୍ବା ଆହାରକେନ୍ଦ୍ର ଗୁଡ଼ିକୁ ନିଶ୍ଚିତ ଭାବେ ପରିଦର୍ଶନ କରିବା ଉଚିତ । ପିଲାମାନଙ୍କୁ ଠିକ୍ ଭୋଜନ ପରସା ଯାଉଛି କି ନାହିଁ ତାହାକୁ ମଧ୍ୟ ଏହି ମନ୍ତ୍ରୀମାନେ ନିଶ୍ଚିତ ତଦାରଖ କରିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପରିଦର୍ଶନ ସମୟରେ ମନ୍ତ୍ରୀମାନଙ୍କର ଫିଡ଼ବ୍ୟାକ୍ ହିଁ ସେହିସବୁ କେନ୍ଦ୍ର ଗୁଡ଼ିକରେ ଅଧିକ ସୁବ୍ୟବସ୍ଥା କରାଯିବାରେ ସୁବିଧା ହୋଇପାରିବ ।

ଏହିସବୁ ବିଦ୍ୟାଳୟ କିମ୍ବା ଆଧାରକେନ୍ଦ୍ର ଗୁଡ଼ିକ ପରିଦର୍ଶନ କରିବା ନେଇ ସାଧାରଣରେ ପ୍ରକାଶ ନକରି ବରଂ ଏହାକୁ ଗୁପ୍ତ ରଖିବା ଶ୍ରେୟସ୍କର ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.