Latest Odisha News

BREAKING NEWS

ଖୁବଶିଘ୍ର ଘରୋଇକରଣ ହେବାକୁ ଯାଉଛି ଭୁବନେଶ୍ୱର ଏୟାରପୋର୍ଟ !

ଭୁବନେଶ୍ୱର: ଦେଶର ୬ଟି ବିମାନ ବନ୍ଦରକୁ ଘରୋଇକରଣ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି । ଓଡ଼ିଶାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମଧ୍ୟ ଘରୋଇ କରଣ କରାଯିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର କ୍ୟାବିନେଟ ।

“ଏୟାରପୋର୍ଟ ତଥା ଯାତ୍ରୀମାନଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ଘରୋଇକରଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିମାନ ବନ୍ଦରର ଘରୋଇକରଣ ପରେ ଘରୋଇ ସଂସ୍ଥା ଦ୍ୱାରା ଏହାର ଅପରେସନ, ମ୍ୟାନେଜମେଣ୍ଟ ତଥା ବିକାଶ କାର୍ଯ୍ୟ ହେବ,” ବୋଲି ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ।

Leave A Reply

Your email address will not be published.