Latest Odisha News

BREAKING NEWS

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପଦକ୍ଷେପ: ଚାକିରିରୁ ବରଖାସ୍ତ ହେଲେ ୧୬ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ହିଁ ବିକାଶର ମୁଖ୍ୟ ପ୍ରତିବନ୍ଧକ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ଏହା ବିରୋଧରେ ଜିରୋ ସହିଷ୍ଣୁତା ନୀତିକୁ ଗୁରୁତ୍ୱ ଦେଇ ଆସିଛନ୍ତି ନବୀନ । ଏହି ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୧୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ।

ଚାକିରିରୁ ବରଖାସ୍ତ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି, ୫ଜଣ ପ୍ରଧାନ ଶିକ୍ଷକ, ୪ଜଣ ଇଞ୍ଜିନିୟର, ୨ଜଣ ରେଭେନ୍ୟୁ ଇନିସପେକ୍ଟର, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ୨ଜଣ କିରାଣୀ ଅନ୍ତର୍ଭୃକ୍ତ । ଏହିସବୁ ଅଧିକାରୀମାନେ ‘ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ’ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ – ଭୁବନେଶ୍ୱର ଆର ଏଣ୍ଡ ବି ବିଭାଗ-୧ର ଡ଼େପୁଟୀ ଏକଜ୍ୟୁକେଟିଭ ଇଞ୍ଜିନିୟର ଜିବେଶ ଚନ୍ଦ୍ର ରଥ, ଦଶପଲ୍ଲା ରୁରାଲ୍ ୱକ୍ସର ଆସିଷ୍ଟାଣ୍ଡ ଇଞ୍ଜିନିୟର ତିରୁପତି ଭେଙ୍କେଟେଶ୍ୱର ପାଣି, କାମାକ୍ଷାନଗର ବ୍ଲକର ଜୁନିୟର ଇଞ୍ଜିନିୟର ବସନ୍ତ କୁମାର ପାତ୍ର, ଯାଜପୁର ମାଇନର୍ ଇରିଗେସନ ଡ଼ିଭିଜନର ଜୁନିୟର ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସିଂହ, ବଳରାମପୁର ଜଗତସିଂହପୁରର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ବିଶ୍ୱାଳ, ମାଥିଲି ବ୍ଳକର ସାରଙ୍ଗପାଲି ପ୍ରାଇମେରୀ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ନାୟକ, ନବରଙ୍ଗପୁର ପାପଡ଼ାହାଣ୍ଡିର ପିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାତ୍ର, ଟିଓଏମଇ ସ୍କୁଲ ପାପଡ଼ାହାଣ୍ଡିର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ହରିଜନ, କନ୍ଧମାଳ କୋଟଗଡ଼ ବ୍ଲକରେ ଏସଇସି ଅଦାରି ନ୍ୟୁ ପ୍ରାଇମେରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଦିଗଲ, କୋଦଳା ତହସିଲ ଅଫିସର ରେଭେନ୍ୟୁ ଇନସପେକ୍ଟର ମଙ୍ଗୁଳୁ ନାଏକ, ଶାଳପଡ଼ା ସ୍ପେଶାଲ୍ ଲ୍ୟାଣ୍ଡ ଆକ୍ୟୁଜିସନ ଅଫିସର ରେଭେନ୍ୟୁ ଇନସପେକ୍ଟର ନରହରି ଓଝା, କେନ୍ଦୁଝର ବାସୁଦେବପୁର ପିଡ଼ି ଆର ଏଣ୍ଡ ଆର ର ଅମୀନ ଶରତ ଚନ୍ଦ୍ର ସେଠୀ, ବୌଦ ପୁରୁଣା କଟକ ସିଏଚସିର ପୂର୍ବତନ ଫାର୍ମାସିଷ୍ଟ ସନ୍ତୋଷ କୁମାର ପଣ୍ଡା, ଇଚ୍ଛାପୁର ହାଇସ୍କୁଲର କନିଷ୍ଠ କିରାଣୀ ନକୁଳ କୁମାର ଖମାରୀ, ବୌଦ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିରେନ୍ଦ୍ର କୁମାର ପଣ୍ଡା ଏବଂ କୋରାପୁଟ ନନ୍ଦପୁର ବ୍ଲକର ପଞ୍ଚାୟତ ଏକଜିକ୍ୟୁଟିଭ୍ ଅଫିସର ପ୍ରଶାନ୍ତ ଚନ୍ଦ୍ର ନାୟକ ।

ସୂଚନାଯୋଗ୍ୟ ଯେ, ଗତ ଏକମାସ ମଧ୍ୟରେ ୩୭ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରିବା ସହିତ ୬ଜଣଙ୍କ ପେନସନ୍ ରାଜ୍ୟ ସରକାର ବନ୍ଦ କରିଛନ୍ତି ।

Leave A Reply

Your email address will not be published.